ନିଆଁ ଲାଗି ଫସଲ ନଷ୍ଟ: ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚାଷୀ

ଖଜୁରୀପଡ଼ା,୧୩ା୨(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରୀପଡ଼ା ତହସିଲ ଅନ୍ତର୍ଭୁକ୍ତ ବଲସକୁମ୍ପା ପଞ୍ଚାୟତର କେନ୍ଦ୍ରା ସାହିରେ ଚାଷୀ ସଞ୍ଜୟ କହଁର ବସବାସ କରନ୍ତି। ଗରିବ ଆଦିବାସୀ ଶ୍ରେଣୀର  ଅଟନ୍ତି ସଞ୍ଜୟ। ସେ ମୂଲ ମଜୁରୀ କାମ ସାଙ୍ଗକୁ ନିଜ ଜମିରେ ଚାଷବାସ କରି ପରିବାର ପୋଷଣ କରନ୍ତି। କିନ୍ତୁ ଚଳିତ ବର୍ଷ ୨୮ ଜାନୁଆରୀ ୨୦୨୫ରେ ଅପରାହ୍ନ ୩ ଟା ୨୫ ମିନିଟରେ କୌଣସି କାରଣ ବଶତଃ ଚାଷଜମିରେ ନିଆଁ ଲାଗି ଯାଇଥିଲା। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ସୁଦ୍ଧା ୧ ଏକର ଜମିରେ ହୋଇଥିବା ଧାନଚାଷ ପୋଡ଼ି ନଷ୍ଟ ହୋଇଯାଇଥିବା ଅଗ୍ନିଶମ ବାହିନୀ କହିଛି । ଯାହାର ଆନୁମାନିକ ମୂଲ୍ୟ ୧୦ ହଜାର ହେବ ବୋଲି ଅଗ୍ନିଶମ ବାହିନୀ ଆକଳନ କରି ରିପୋର୍ଟ ପ୍ରଦାନ କରିଛି। ଚାଷବାସ କରି ପରିବାର ପୋଷଣ କରୁଥିବା ସଞ୍ଜୟ କିଛି ଆର୍ଥିକ ସହାୟତା ପାଇବା ନିମନ୍ତେ ଗୁରୁବାର ଜିଲାପାଳଙ୍କଠାରେ ଫେରାଦ ହୋଇଛନ୍ତି। ତେଣୁ ଜିଲାପାଳ ଏଥିପ୍ରତି ଦୃଷ୍ଟି ଦେଇ ସହାୟତା ଯୋଗାଇ ଦେବା ପାଇଁ ସଞ୍ଜୟ ଅନୁରୋଧ କରିଛନ୍ତି।

Share