ଭଞ୍ଜନଗର,୨୭ା୧୧(ବାବୁଲା ପ୍ରଧାନ): ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଏବଂ ଦକ୍ଷିଣ ଘୁମୁସର ବନଖଣ୍ଡରେ ହାତୀ ଉପଦ୍ରବ ଦିନକୁ ଦିନ ବଢିବାରେ ଲାଗିଛି। ସନ୍ଧ୍ୟା ପୂର୍ବରୁ ହାତୀପଲ ଜଙ୍ଗଲରୁ ବାହାରି ନିକଟବର୍ତ୍ତୀ ଗ୍ରାମଗୁଡିକରେ ବ୍ୟାପକ ଫସଲ ନଷ୍ଟ କରୁଛନ୍ତି। ଫସଲ ସୁରକ୍ଷା ଚିନ୍ତାରେ ଚାଷୀମାନେ ରାତି ଅନିଦ୍ରା ହେଉଛନ୍ତି। ସୋମବାର ସକାଳେ ଉତ୍ତର ଘୁମୁସର ବନଖଣ୍ଡ ବାଇବାଲି ବାପାଙ୍ଗୀ ରାସ୍ତାରେ ହାତୀପଲ ଯୋଗୁ ସମ୍ପୃକ୍ତ ରାସ୍ତାରେ କିଛି ସମୟ ପାଇଁ ଯାତାୟତ ବନ୍ଦ ହୋଇଥିଲା। ଏକ ଦନ୍ତାହାତୀ ରାସ୍ତା ଉପରେ ବହୁ ସମସ୍ତ ଅଟକି ରହବାରୁ ଲୋକେ ଆତଙ୍କିତ ହୋଇପଡିଥିଲେ। ହାତୀପଲ ଜଙ୍ଗଲକୁ ଫେରି ଯିବା ପରେ ଯାନବାହନ ଚଳାଚଳ ସ୍ବାଭାବିକ ହୋଇଛି। ୫ ଦିନ ହେଲା ହାତୀପଲ ସମ୍ପୃକ୍ତ ଅଞ୍ଚଳରେ ବ୍ୟାପକ କ୍ଷତି କରିଥିବାରୁ କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ଯୋଗାଇ ଦେବା ପାଇଁ ଦାବି ହୋଇଛି।