
ନୂଆପଡ଼ା,୪ା୪ (ମକାରୁ ବେମାଲ): ନୂଆପଡ଼ା ଜିଲାରେ କାଳବୈଶାଖୀ ପ୍ରଭାବରେ ଖରାଟିଆ ଫସଲ ନଷ୍ଟହୋଇଛି। ଅପରାହ୍ନ ଗୋଟାଏ ସମୟରେ ପବନ ବହିବା ସହ ଝିପିଝିପି ବର୍ଷା ଓ କୁଆପଥର ମାଡ଼ ହୋଇଥିଲା । ଏଥିରେ ଅଧିକାଂଶ ଚାଷୀଙ୍କ ଆମ୍ବ, ଚାର ଓ ମହୁଲ ଫୁଲ ଝଡ଼ିଯାଇଥିବା ବେଳେ ପନିପରିବା ଚାଷ ନଷ୍ଟ ହୋଇଛି।
ଫଳରେ ଏହା ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରୁଥିବା ଚାଷୀ ଚିନ୍ତାରେ ପଡିଛି। ବର୍ଷାରେ ଟମାଟୋ ନଷ୍ଟ ହୋଇଯାଉଥିବାରୁ ଚାଷୀ ବଜାରରେ କେଜି ପ୍ରତି ୫ ଟଙ୍କାରେ ବିକ୍ରୟ କରୁଛି। ବାଇଗଣ, ପତ୍ରକୋବି, ଫୁଲକୋବି, ଭେଣ୍ଡି ଆଦିରେ କୀଟ ଲାଗିବା ସମ୍ଭାବନା ରହିଛି। ତୁରନ୍ତ କ୍ଷୟକ୍ଷତି ଆକଳନ କରି ସରକାରୀ ସହାୟତା ଯୋଗାଇଦେବା ପାଇଁ ଚାଷୀମାନେ ଦାବି କରିଛନ୍ତି।