Categories: ଜାତୀୟ

ମନ୍ତ୍ରୀଙ୍କୁ ଜେଲରୁ ବାହାର କରିବା ପାଇଁ ୩ କୋଟି ମାଗୁଛନ୍ତି

ମୁମ୍ବାଇ,୧୭।୩: ମହାରାଷ୍ଟ୍ର ମନ୍ତ୍ରୀ ନଓ୍ବାବ ମଲିକଙ୍କୁ ଜାମିନରେ ଜେଲରୁ ଆଣିବା ପାଇଁ ଜଣେ ବ୍ୟକ୍ତି ୩ କୋଟି ଟଙ୍କା ଦାବି କରିଛନ୍ତି। ଏ ନେଇ ମନ୍ତ୍ରୀଙ୍କ ପୁଅ ବୁଧବାର ଥାନାରେ ମାମଲା ରୁଜୁ କରିଛନ୍ତି। ନ୍ୟାଶନାଲିଷ୍ଟ କଂଗ୍ରେସ ପାର୍ଟି (ଏନ୍‌ସିପି) ନେତା ମଲିକଙ୍କୁ ଗତ ମାସରେ ବେଆଇନ ଟଙ୍କା ହେରଫେର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି। ଭିବି ନଗର ଥାନରେ ଅଜ୍ଞାତ ବ୍ୟକ୍ତିଙ୍କ ନାମରେ ମାମଲ ରୁଜୁ କରିଥିବା ମନ୍ତ୍ରୀଙ୍କ ପୁଅ ଅମିର ମଲିକ କହିଛନ୍ତି।

ଅଭିଯୋଗ ଅନୁଯାୟୀ, ତାଙ୍କୁ ପାଖକୁ ଇମତିୟାଜ ନାମକ ଜଣେ ବ୍ୟକ୍ତି ଏକ ଇମେଲ ପଠାଇଥିଲେ। ମେଲ୍‌ରେ ମନ୍ତ୍ରୀଙ୍କୁ ଜାମିନରେ ଆଣିବା ପାଇଁ ଇମତିୟାଜ ବିଟକଏନ୍‌ରେ ୩ କୋଟି ଟଙ୍କା ଦାବି କରିଥିଲେ। ଜଣେ ପୋଲିସ ଅଧିକାରୀ କହିଛନ୍ତି, ଆମେ ୪୧୯ (ଠକେଇ ପାଇଁ ଦଣ୍ଡବିଧାନ), ୪୨୦ (ଠକେଇ) ସମେତ ବିଭିନ୍ନ ଆଇପିସି ଧାରାରେ ମାମଲା ରୁଜୁ କରାଯାଇଛି।

Share