ଭୁବନେଶ୍ୱରରେ ରହିଛି କୋଟି କୋଟି ଟଙ୍କାର ସମ୍ପତ୍ତି

ସମ୍ବଲପୁର,୧୪ା୨(ବ୍ୟୁରୋ): ସମ୍ବଲପୁର ଗ୍ରୀନ୍‌ପାର୍କ ରେସିଡେନ୍ସିରେ ରହୁଥିବା ବିଦ୍ୟୁତ୍‌ ବିଭାଗର ମୁଖ୍ୟଯନ୍ତ୍ରୀ ସୁନୀଲ କୁମାର ପଣ୍ଡାଙ୍କ ଘରେ ଭିଜିଲାନ୍ସ ଟିମ୍‌ ଚଢ଼ାଉ କରି ୩ କୋଟି ୩୯ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ କରିଛି।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍‌ ଏକ ସମୟରେ ସମ୍ବଲପୁର ଗ୍ରୀନ୍‌ପାର୍କରେ ଥିବା ଦୁଇଟି ଫ୍ଲାଟ, ଭୁବନେଶ୍ୱର ଖଣ୍ଡଗିରିସ୍ଥିତ କସ୍ମୋପଲିସ ଫ୍ଲାଟ ନଂ୨୨, ସମ୍ବଲପୁରରେ ଥିବା ଅଫିସରେ ଚଢ଼ାଉ କରିଥିଲା। ପ୍ରାଥମିକ ଭାବେ ଟିମ୍‌ ତାଙ୍କର ୩ ଗୋଟି ଫ୍ଲାଟ ପ୍ରାୟ ୬୪ ଲକ୍ଷ, ଅଇଁଠାପାଲିରେ ୨ ପ୍ଲଟ, ଭୁବନେଶ୍ୱର ଗ୍ରାଣ୍ଡ ବଜାରରେ ୧ କୋଟି ୪ ଲକ୍ଷ ୭୧ ହଜାର ଟଙ୍କାର ଦୋକାନ, ଭୁବନେଶ୍ୱରରେ ପ୍ଲଟ କିଣିବା ପାଇଁ ଅଗ୍ରିମ ଦେଇଥିବା ୬୧ ଲକ୍ଷ ୬୫ ହଜାର, ବ୍ୟାଙ୍କ ଜମା ୩୨ ଲକ୍ଷ ୪ ହଜାର, ବୀମା ଜମା ୧୯ ଲକ୍ଷ ୮୦ ହଜାର, ମ୍ୟୁଚୁଆଲ ଫଣ୍ଡ ଜମା ୧୬ ଲକ୍ଷ ୨୮ ହଜାର, ୧୭ ଲକ୍ଷ ଟଙ୍କା ମୂଲ୍ୟର ଏକ ଚାରିଚକିଆ ଗାଡ଼ି, ଘର ସାମଗ୍ରୀ ଓ ସୁନାରୁପା ଅଳଙ୍କାର ୧୫ ଲକ୍ଷ ୭୭ ହଜାର ଏପରି ମୋଟ ୩ କୋଟି ୩୯ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ କରିଛି। ଅଧିକ ତଦନ୍ତ ଜାରି ରହିଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଚଢ଼ାଉରେ ଭିଜିଲାନ୍ସ ବିଭାଗର ୨ ଜଣ ଡିଏସ୍‌ପି, ୯ ଇନ୍ସପେକ୍ଟର, ୨ ଏଏସ୍‌ଆଇଙ୍କ ସମେତ କର୍ମଚାରୀମାନେ ସାମିଲ ହୋଇଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗର ଝିଅ ମଣିପୁର ଏସ୍‌ପି: ଚାରିଆଡୁ ଶୁଭେଚ୍ଛା

ଭଞ୍ଜନଗର,୨୬ା୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ବାସିନ୍ଦା କୃଷ୍ଣଚନ୍ଦ୍ର ସ୍ବାଇଁଙ୍କ ଝିଅ ବବିତାରାଣୀ ସ୍ବାଇଁ ମଣିପୁରର ଚାଣ୍ଡେଲ ଏସ୍‌୍‌ପି ଭାବେ ମଙ୍ଗଳବାର କାର୍ଯ୍ୟରେ ଯୋଗ...

ଧର୍ମଶାଳା ରାଜନୀତି ସରଗରମ: ପ୍ରଥମଥର ଏକାଠି ବସିଲେ ବିଧାୟକ, ବ୍ଲକ୍‌ ଅଧ୍ୟକ୍ଷ

ଧର୍ମଶାଳା/କାଏମା,୨୬ା୨(ବଟକୃଷ୍ଣ ପରିଡ଼ା/ଶିବପ୍ରସାଦ ମହାନ୍ତି):ଧର୍ମଶାଳା ପଞ୍ଚାୟତ ସମିତିର ୯ମ ସାଧାରଣ ଅଧିବେଶନ ଅଧ୍ୟକ୍ଷ ପ୍ରଭାତ ବଳବନ୍ତରାୟଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ସମିତି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରଥମ...

ରାଜ୍ୟରେ ବଢ଼ୁଛି ସାଇବର ଅପରାଧ: ଡିଜିଟାଲ୍‌ ଆରେଷ୍ଟର ଶିକାର ହେଲେ କୁଳପତି

ବ୍ରହ୍ମପୁର (ସୁବାସ ଚନ୍ଦ୍ର ପାଢ଼ୀ)/ଭୁବନେଶ୍ୱର(ସୁନିତ୍‌ ମିଶ୍ର),୨୬ା୨:ଗଞ୍ଜାମ ଜିଲାରେ ସାଇବର ଅପରାଧୀମାନେ ଜାଲ ବିଛାଇ ଚାଲିଛନ୍ତି। ବିଭିନ୍ନ ଆଳରେ ଏହି ଅଦୃଶ୍ୟ ଠକ ଗ୍ୟାଙ୍ଗ୍‌ ଲୋକଙ୍କଠାରୁ କୋଟି...

ପିଡିଏସ୍‌ ସାମଗ୍ରୀ ପାଇଁ ହିତାଧିକାରୀ ହନ୍ତସନ୍ତ:ଟଙ୍କିକିଆ ଚାଉଳ ପାଇଁ ଖର୍ଚ୍ଚାନ୍ତ

ଭବାନୀପାଟଣା,୨୬।୨(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଜୁନାଗଡ ଏନଏସିରେ ପିଡିଏସ୍‌ ସାମଗ୍ରୀ ପାଇଁ ହିତାଧିକାରୀମାନେ ଏବେ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି। ଯାହାକୁନେଇ ସେମାନଙ୍କ ମଧ୍ୟରେ ତୀବ୍ର...

ମୁଖ୍ୟ ଡାକ୍ତରଖାନା, ମିଳୁନି ସର୍ବନିମ୍ନ ସ୍ବାସ୍ଥ୍ୟସେବା

ବରଗଡ଼,୨୬।୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହର ଉପକଣ୍ଠ ଖେଦାପାଲି(ଟୁକୁର୍ଲା)ରେ ଜିଲା ମୁଖ୍ୟ ଡାକ୍ତରଖାନା ରହିଛି। ସହର ମଧ୍ୟରୁ ଏହି ଡାକ୍ତରଖାନାକୁ ଉଠାଇ ସେଠାରେ ନୂତନ ଭାବେ ନିର୍ମାଣ କରାଯାଇଛି।...

୧୦ମ ଶ୍ରେଣୀ ଛାତ୍ରୀ ମା’ ହେବା ଘଟଣା: ଆକ୍ସନରେ ପ୍ରଶାସନ

ମାଲକାନଗିରି,୨୫ା୨(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନୁସୂଚିତ ଜାତି ଓ ଜନଜାତି ଆବାସିକ ବିଦ୍ୟାଳୟରେ ଜଣେ ୧୦ ମ ଶ୍ରେଣୀ ଛାତ୍ରୀ ମା’ ହେବା...

ଡୁଙ୍ଗୁରିପାଲିରେ ଦ୍ୱିତୀୟ ପର୍ଯ୍ୟାୟ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ

ଡୁଙ୍ଗୁରିପାଲି, ୨୫ା୨ (ଦୀନବନ୍ଧୁ ସୁନା ): ସୁବର୍ଣ୍ଣପୁର ଜିଲା ୨୬ନମ୍ବର ଜାତୀୟ ରାଜପଥ ଡୁଙ୍ଗୁରିପାଲି ସହରରେ ଦ୍ୱିତୀୟ ପର୍ଯ୍ୟାୟ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ମଙ୍ଗଳବାର ଆରମ୍ଭ...

ଚାଷରେ ଜୈବ ପୋଷକର ବ୍ୟବହାରକୁ ଗୁରୁତ୍ୱ

ବରଗଡ଼,୨୫।୨(ପ୍ରେମାନନ୍ଦ ଖମାରୀ)-ବରଗଡ଼ ଜିଲା ଭଟଲି ବ୍ଲକ ଅନ୍ତର୍ଗତ ପାତ୍ରପାଲିଠାରେ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଓ କଟକସ୍ଥିତ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର ଆନୁକୂଲ୍ୟରେ ଜୈବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image