ଭୁବନେଶ୍ୱରରେ ରହିଛି କୋଟି କୋଟି ଟଙ୍କାର ସମ୍ପତ୍ତି

ସମ୍ବଲପୁର,୧୪ା୨(ବ୍ୟୁରୋ): ସମ୍ବଲପୁର ଗ୍ରୀନ୍‌ପାର୍କ ରେସିଡେନ୍ସିରେ ରହୁଥିବା ବିଦ୍ୟୁତ୍‌ ବିଭାଗର ମୁଖ୍ୟଯନ୍ତ୍ରୀ ସୁନୀଲ କୁମାର ପଣ୍ଡାଙ୍କ ଘରେ ଭିଜିଲାନ୍ସ ଟିମ୍‌ ଚଢ଼ାଉ କରି ୩ କୋଟି ୩୯ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ କରିଛି।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍‌ ଏକ ସମୟରେ ସମ୍ବଲପୁର ଗ୍ରୀନ୍‌ପାର୍କରେ ଥିବା ଦୁଇଟି ଫ୍ଲାଟ, ଭୁବନେଶ୍ୱର ଖଣ୍ଡଗିରିସ୍ଥିତ କସ୍ମୋପଲିସ ଫ୍ଲାଟ ନଂ୨୨, ସମ୍ବଲପୁରରେ ଥିବା ଅଫିସରେ ଚଢ଼ାଉ କରିଥିଲା। ପ୍ରାଥମିକ ଭାବେ ଟିମ୍‌ ତାଙ୍କର ୩ ଗୋଟି ଫ୍ଲାଟ ପ୍ରାୟ ୬୪ ଲକ୍ଷ, ଅଇଁଠାପାଲିରେ ୨ ପ୍ଲଟ, ଭୁବନେଶ୍ୱର ଗ୍ରାଣ୍ଡ ବଜାରରେ ୧ କୋଟି ୪ ଲକ୍ଷ ୭୧ ହଜାର ଟଙ୍କାର ଦୋକାନ, ଭୁବନେଶ୍ୱରରେ ପ୍ଲଟ କିଣିବା ପାଇଁ ଅଗ୍ରିମ ଦେଇଥିବା ୬୧ ଲକ୍ଷ ୬୫ ହଜାର, ବ୍ୟାଙ୍କ ଜମା ୩୨ ଲକ୍ଷ ୪ ହଜାର, ବୀମା ଜମା ୧୯ ଲକ୍ଷ ୮୦ ହଜାର, ମ୍ୟୁଚୁଆଲ ଫଣ୍ଡ ଜମା ୧୬ ଲକ୍ଷ ୨୮ ହଜାର, ୧୭ ଲକ୍ଷ ଟଙ୍କା ମୂଲ୍ୟର ଏକ ଚାରିଚକିଆ ଗାଡ଼ି, ଘର ସାମଗ୍ରୀ ଓ ସୁନାରୁପା ଅଳଙ୍କାର ୧୫ ଲକ୍ଷ ୭୭ ହଜାର ଏପରି ମୋଟ ୩ କୋଟି ୩୯ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ କରିଛି। ଅଧିକ ତଦନ୍ତ ଜାରି ରହିଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଚଢ଼ାଉରେ ଭିଜିଲାନ୍ସ ବିଭାଗର ୨ ଜଣ ଡିଏସ୍‌ପି, ୯ ଇନ୍ସପେକ୍ଟର, ୨ ଏଏସ୍‌ଆଇଙ୍କ ସମେତ କର୍ମଚାରୀମାନେ ସାମିଲ ହୋଇଥିଲେ।

 

Share