Categories: ଜାତୀୟ

ସୀମାପାର୍‌ ଷଡ଼ଯନ୍ତ୍ର ପଣ୍ଡ, ଡ୍ରୋନ୍‌ ଆଣିଥିବା ଅସ୍ତ୍ରଶସ୍ତ୍ରରେ ୨୨ ବିଦେଶୀ ପିସ୍ତଲ…

ଚଣ୍ଡିଗଡ଼,୨୦।୧୦: ପଞ୍ଜାବରେ ବଡ଼ ଧରଣର ଆକ୍ରମଣ କରିବା ଲାଗି ହୋଇଥିବା ସୀମାପାର୍‌ ଷଡ଼ଯନ୍ତ୍ର ପଣ୍ଡ ହୋଇଛି। ଡ୍ରୋନ୍‌ ଦ୍ୱାରା ପାକିସ୍ତାନ ପଟୁ ଆସିଥିବା ଅସ୍ତ୍ରଶସ୍ତ୍ର ବିଏସ୍‌ଏଫ୍‌ ଯବାନଙ୍କ ହାତରେ ଧରାପଡ଼ିଛି। ଏଥିରେ ଗୋଳାବାରୁଦ ସହିତ ୨୨ ବିଦେଶୀ ପିସ୍ତଲ, ୪୪ ମାଗାଜିନ୍‌,୧୦୦ ଜୀବନ୍ତ ଗୁଳି, ୧ କିଲୋଗ୍ରାମ୍‌ ହେରୋଇନ୍‌ ଏବଂ ୭୨ ଗ୍ରାମ୍‌ ଅଫିମ ରହିଛି।

ଡ୍ରୋନ୍‌ ଦ୍ୱାରା ଏସବୁ ଆସିବାର ଆଶଙ୍କା ଥିବାନେଇ କାଉଣ୍ଟର ଇଣ୍ଟେଲଜେନ୍ସ୍‌ ଏଆଇଜି ସୁଖମିନ୍ଦର ସିଂ ମାନ୍‌ଙ୍କୁ ପୂର୍ବରୁ ଗୁପ୍ତ ସୂଚନା ମିଳିଥିଲା। ମଙ୍ଗଳବାର ଡିଜିପି ଇକବାଲ୍‌ ପ୍ରୀତ୍‌ ସିଂ ସହୋତାଙ୍କ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଥିଲା। ଏହା ସହିତ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା।

ମଙ୍ଗଳବାର-ବୁଧବାର ରାତ୍ରରେ ଖେମକରଣ ସେକ୍ଟରର ବିଓପି ଟିବନ୍ଧ ନିକଟରେ ପାକିସ୍ତାନ ପଟୁ ଆସିଥିବା ଡ୍ରୋନ୍‌ ଦ୍ୱାରା ଖସାଯାଇଥିବା ପ୍ଳାଷ୍ଟିକ୍‌ ବ୍ୟାଗ୍‌କୁ ଜବତ କରାଯାଇଥିଲା। ଏହାକୁ ବିଏସ୍‌ଏଫ୍‌ ଏବଂ କାଉଣ୍ଟର ଇଣ୍ଟେଲଜେନ୍ସ୍‌ ଟିମ୍‌ ପକ୍ଷରୁ ଯାଞ୍ଚ୍‌ କରାଯାଇଥିଲା। ଏଥିରେ କେତେକ ଫୋନ୍‌ ନମ୍ବର ମଧ୍ୟ ମିଳିଥିବା କାଉଣ୍ଟର ଇଣ୍ଟେଲଜେନ୍ସ୍‌ ଟିମ୍‌ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Share