Categories: ଫୁରସତ

ବିରଳ କୋକିଶିଆଳି

କାନାଡାରେ ଏକ ବିରଳ ପ୍ରଜାତିର କୋକିଶିଆଳି ଦେଖିବାକୁ ମିଳିଛି। ଏହାର ରଙ୍ଗ କଳା ଏବଂ ବାଦାମୀ ହୋଇଥିବାରୁ ଅନ୍ୟ କୋକିଶିଆଳିଠାରୁ ଏହା ଭିନ୍ନ ଅଟେ। ବିଶେଷଜ୍ଞମାନେ କୁହନ୍ତି, ଏପରି ରଙ୍ଗ ଥିବା ପ୍ରାଣୀ ଅତ୍ୟନ୍ତ ଦୁର୍ଲଭ।

ବନ୍ୟଜନ୍ତୁମାନଙ୍କ ବିଷୟରେ ଅଧ୍ୟୟନ କରୁଥିବା ବିଶେଷଜ୍ଞମାନେ କୁହନ୍ତି, ‘ବର୍ତ୍ତମାନ ଏପରି କୋକିଶିଆଳି ସହଜରେ ଦେଖାଯାଏ ନାହିଁ, ସେମାନଙ୍କର ସଂଖ୍ୟା ପୂର୍ବରୁ ଅଧିକ ଥିଲା, କିନ୍ତୁ ବିଂଶ ଶତାବ୍ଦୀର ଆରମ୍ଭରେ ଶିକାରୀଙ୍କ ସଂଖ୍ୟା ବୃଦ୍ଧି ପାଇବାରୁ ଏମାନଙ୍କ ସଂଖ୍ୟା ହ୍ରାସ ପାଇଲା। ବର୍ତ୍ତମାନ ଏହି ଜୀବଟି ବିଲୁପ୍ତ ହେବାକୁ ଯାଉଛି।

ଏହି ପ୍ରଜାତିର କୋକିଶିଆଳି ବହୁତ ସ୍ମାର୍ଟ ଅଟନ୍ତି। ଏମାନେ ଅଧିକାଂଶ ଶାକାହାରୀ। ମୂଷା ହେଉଛି ସେମାନଙ୍କର ପ୍ରିୟ ଶିକାର।

Share