କେନ୍ଦୁଝର,୧୭ା୭(ସ୍ବ.ପ୍ର.): କେନ୍ଦୁଝର ଜିଲା ତେଲକୋଇ ବ୍ଲକ ଦୁର୍ଗମ ତାଳପଦା ପଞ୍ଚାୟତ ଅନ୍ତର୍ଗତ ତାଳପଦା ମୁଣ୍ଡା ସାହିର ଜଣେ ପ୍ରସୂତିଙ୍କୁ ସମାକୋଇ ନଦୀରେ ପାର କରାଇଛନ୍ତି ତେଲକୋଇ ଦମକଳ ବାହିନୀ କର୍ମଚାରୀ। ଶନିବାର ଗ୍ରାମର କୁମର ମହାରଣାଙ୍କ ସ୍ତ୍ରୀ ବାସନ୍ତୀ ଗର୍ଭ ଯନ୍ତ୍ରଣା ଅନୁଭବ କରିଥିଲେ। ତେବେ ଲଗାଣ ବର୍ଷା ତଥା ସମାକୋଇ ନଦୀରେ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ଡାକ୍ତରଖାନା ଆସିବା ସମ୍ଭବ ହୋଇ ନ ଥିଲା। ଫଳରେ ରାତିରେ ସେ ଏକ ମୃତ ଶିଶୁକୁ ଜନ୍ମ ଦେଇଥିଲେ। ପରେ ସ୍ବାସ୍ଥ୍ୟରେ ଅବନତି ହେବାରୁ ରବିବାର ତେଲକୋଇ ଦମକଳବାହିନୀକୁ ଖବର ଦେଇଥିଲେ। ଆଜି ଖବର ପାଇ ଦମକଳ ବାହିନୀ କର୍ମଚାରୀ ରଶି ବାନ୍ଧି ଉଦ୍ଧାର କରିଛନ୍ତି। ଏକ ଘରୋଇ ଗାଡ଼ିରେ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ସୂଚନାଯୋଗ୍ୟ, ମୁଣ୍ଡା ସାହିକୁ ସବୁଦିନିଆ ରାସ୍ତା ନାହିଁ କି ସମାକୋଇ ନଦୀରେ ପୋଲ ନ ଥିବାରୁ ୪ ମାସ ଜଳବନ୍ଦୀ ଜୀବନ ବିତାଉଛନ୍ତି ସାହିବାସୀ।