Categories: ଫୁରସତ

ଶୁଭ ଅଶୁଭର ସଙ୍କେତ ଦିଏ କାଉ

ଶାସ୍ତ୍ରରେ ପଶୁପକ୍ଷୀଙ୍କ ଉପସ୍ଥିତି ଓ ସ୍ବର ଆଧାରରେ ତାହା ଶୁଭ କି ଅଶୁଭ ସ୍ଥିର କରାଯାଇଥାଏ। କୁହାଯାଏ ଯେ, ଛାତ ଉପରେ ଯଦି କୌଣସି କାଉ ବସିଯାଏ ତେବେ ଘରକୁ କୁଣିଆଙ୍କ ଆଗମନ ହୋଇଥାଏ। କାଉକୁ ଶନି ଓ ପୂର୍ବପୁରୁଷଙ୍କ ପ୍ରତୀକ ବୋଲି କୁହାଯାଇଛି। ତେଣୁ ପିତୃପକ୍ଷରେ ପିତୃପୁରୁଷଙ୍କୁ ପ୍ରସନ୍ନ କରିବା ପାଇଁ କାଉକୁ ବିଶେଷ ରୂପେ ଖାଦ୍ୟ ଦିଆଯିବାର ପରମ୍ପରା ରହିଛି। ତେବେ ଘରର ଆଖପାଖରେ କାଉ ଦେଖାଦେଲେ ମଧ୍ୟ ଧନ ଆଗମନର ସଙ୍କେତ ମିଳିଥାଏ ବୋଲି କୁହାଯାଇଥାଏ। ଏଥିସହ ଭବିଷ୍ୟତରେ ହେବାକୁ ଥିବା ଘଟଣା ସମ୍ବନ୍ଧରେ ମଧ୍ୟ କାଉ ସୂଚନା ଦେଇଥାଏ।

ପାଣି ଭର୍ତ୍ତି ଥିବା ପାତ୍ର ପାଖରେ କାଉ:

ଯଦି ଆପଣଙ୍କ ଘରେ ରଖାଯାଇଥିବା ପାଣି ଭର୍ତ୍ତି ପାତ୍ର ନିକଟରେ କାଉ ବସିଯାଏ, ତେବେ ତାହା ଧନ ଲାଭ ହେବାର ସମ୍ଭାବନା ବୃଦ୍ଧି ହେବାର ସୂଚନା ଦେଇଥାଏ। ଏଥିସହ ଆର୍ଥିକ ସ୍ଥିତି ମଜଭୂତ ହେବା ସହ ପରିବାରରେ ଧନସମ୍ପତ୍ତି ବୃଦ୍ଧି ହୋଇଥାଏ।

ରୁଟି ଖାଇବାକୁ ଆଗଭର :

ମୁହଁରେ ରୁଟି ଖଣ୍ଡ ଥିବା କିମ୍ବା କୌଣସି ଖାଦ୍ୟଦ୍ରବ୍ୟ ନେଇ ଯାଉଥିବା କାଉ ଯଦି ଆପଣଙ୍କ ଘରର ଛାତ ଉପରେ ବସିଯାଏ। ତେବେ ଏହା ଆପଣଙ୍କ ସମସ୍ତ ମନୋକାମନା ପୂର୍ଣ୍ଣ ହେବାର ସଙ୍କେତ ଦେଇଥାଏ।

କାଉ କ୍ଷୀଣ ସ୍ବରରେ ରାବୁଥିଲେ:

କାଉ କ୍ଷୀଣ ସ୍ବରରେ ରାବୁଥିଲେ ଦାମ୍ପତ୍ୟ ଜୀବନରେ ମଧୁରତା ଆସିଥାଏ ବୋଲି ବିଶ୍ୱାସ ରହିଛି। କିନ୍ତୁ ଯଦି ସେ କର୍କଶ ସ୍ବରରେ ରାବୁଥାଏ, ତେବେ ପରିବାର ସଦସ୍ୟଙ୍କ ଉପରେ କିଛି ସଙ୍କଟ ଆସିବାର ସେ ସଙ୍କେତ ଦେଇଥାଏ।

Share