କଟକ ଅଫିସ, ୧୮ା୧: କଟକସ୍ଥିତ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ପ୍ରବଳ ଭିଡ ଦେଖିବାକୁ ମିଳିଥିଲା। ଆସନ୍ତା ୩୧ରେ ପୁଣି ସ୍ବତନ୍ତ୍ର ଓଡ଼ିଶା ଟିଚର ଏଲିଜିବିଲିଟି ଟେଷ୍ଟ(ଓଟିଇଟି) ହେବ। ଏଥିପାଇଁ ଫର୍ମପୂରଣ କରିବାକୁ ରାଜ୍ୟର ବିଭିନ୍ନ ସ୍ଥାନରୁ ଶିକ୍ଷୟିତ୍ରୀ ଶିକ୍ଷକମାନେ ବୋର୍ଡ କାର୍ଯ୍ୟାଳୟରେ ଭିଡ଼ ଜମାଇଥିଲେ।
ଗତ ସପ୍ତାହରେ ସ୍ବତନ୍ତ୍ର ଓଟିଇଟି ପରୀକ୍ଷାଫଳ ପ୍ରକାଶ ପାଇଥିଲା। ଏହାକୁ ନେଇ ଅନେକ ବିଭ୍ରାଟ ହୋଇଥିବା ଅଭିଯୋଗ ହେଲା। ପ୍ରାୟ ୧୬,୦୦୦ ଶିକ୍ଷୟିତ୍ରୀଶିକ୍ଷକ ଫେଲ୍ ହୋଇଥିଲେ। ମୂଲ୍ୟାୟନରେ ତ୍ରୁଟି ଅଭିଯୋଗ ଆଣି ସେମାନେ ବୋର୍ଡ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ। ସେମାନଙ୍କ ପାଇଁ ସାନି ପରୀକ୍ଷା କରାଯିବା ଲାଗି ବିଜ୍ଞପ୍ତି ପ୍ରକାଶ ପାଇଛି। ବୁଧବାର ସୁଦ୍ଧା ଅଫ୍ଲାଇନ୍ରେ ଫର୍ମପୂରଣ କରିବାକୁ ବୋର୍ଡ ପକ୍ଷରୁ ଦିନ ଧାର୍ଯ୍ୟ କରାଯାଇଛି। ଏଥିପାଇଁ ବୋର୍ଡ କାର୍ଯ୍ୟାଳୟରେ ଭିଡ଼ ଲାଗିଛି। ଏହାବ୍ୟତୀତ ଆନ୍ଦୋଳନରତ ଶିକ୍ଷୟିତ୍ରୀଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ବୋର୍ଡ ପକ୍ଷରୁ ଚିଠି ଲେଖାଯାଇଛି।