Categories: ବାଣିଜ୍ୟ

ଭିଡ଼ ବଢ଼ାଉଛି କାରବାର

କଟକ,୧୭।୧୧: ଦେଶର ଲୋକପ୍ରିୟ ପପୁଲାର କିଚେନ ଆଣ୍ଡ ହୋମ୍‌ ପ୍ରଡକ୍ଟସ କମ୍ପାନୀ ଟିଟିକେ ପ୍ରେଷ୍ଟିଜ୍‌ର ସ୍ବୀକୃତିପ୍ରାପ୍ତ ଡିଲର ବାଲାଜୀ ଡିଷ୍ଟ୍ରିବ୍ୟୁଟର୍ସ ଜରିଆରେ ଚଳିତ ବର୍ଷ କଟକ ବାଲିଯାତ୍ରାରେ ସାମିଲ ହୋଇଛି। ଏପରିକି ଗତ ୨ବର୍ଷ ପରେ ବାଲିଯାତ୍ରା ହେଉଥିବାରୁ ଚଳିତ ବର୍ଷ ବାଲିଯାତ୍ରାରେ ଅସମ୍ଭାଳ ଭିଡ଼ ହେଉଛି। ଫଳରେ ବାଲିଯାତ୍ରା ପଡ଼ିଆରେ ଟିଟିକେ ପ୍ରେଷ୍ଟିଜ୍‌ର ବୃହତ୍‌ ମଣ୍ଡପରେ ମଧ୍ୟ ଭିଡ଼ ଦେଖିବାକୁ ମିଳୁଛି।

ସେହିଭଳି ପାର୍ବଣ ଅବସରରେ କମ୍ପାନୀ ପକ୍ଷରୁ ଆକର୍ଷଣୀୟ ଅଫର ସାଙ୍ଗକୁ ସ୍ବତନ୍ତ୍ର ବାଲିଯାତ୍ରାର ରିହାତି ଗ୍ରାହକଙ୍କୁ ଆକୃଷ୍ଟ କରୁଛି। ଏ ସମ୍ପର୍କରେ କମ୍ପାନୀର ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ ପ୍ରତିଦିନ ଯାତ୍ରା ବୁଲିବାକୁ ଆସୁଥିବା ଶହ ଶହ ସଂଖ୍ୟାର ଲୋକ ପ୍ରେଷ୍ଟିଜ ମଣ୍ଡପରେ ଭିଡ଼ ଜମାଉଥିବା ବେଳେ ସେହି ଅନୁଯାୟୀ ମଧ୍ୟ କାରବାର ହେଉଛି। ବିଶେଷକରି କିଚେନ ସାମଗ୍ରୀ ସାଙ୍ଗକୁ ରୋଷେଇଘରର ଆବଶ୍ୟକତା ଅନୁଯାୟୀ ସାମଗ୍ରୀ ମଧ୍ୟ କ୍ରୟ କରୁଛନ୍ତି। ସେହିପରି କମ୍ପାନୀ ନୂତନ ସାମଗ୍ରୀ ଓ ଆକର୍ଷଣୀୟ ରିହାତି ସୁବିଧା କାରବାରକୁ ଦ୍ୱିଗୁଣିତ କରିପାରିଛି ବୋଲି ସେ ମତ ପ୍ରକାଶ କରିଛନ୍ତି।

Share