ଭୁବନେଶ୍ୱର,୩୧।୧୨(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବା ବେଳେ ଭିଡ଼କୁ ନିୟନ୍ତ୍ରଣ କରି ସଂକ୍ରମଣ ରୋକିବା ନେଇ କଟକଣାକୁ କଡ଼ାକଡ଼ି କରାଯାଉଛି। ସରକାରୀ ଅଫିସରେ ମଧ୍ୟ ରାଜ୍ୟ ସରକାର ନୂଆବର୍ଷ କଟକଣା ଲଗାଇଛନ୍ତି। କଟକଣା ଅନୁସାରେ, ନୂଆବର୍ଷରେ ସରକାରୀ ଅଫିସରେ ଏକାଧିକ ଲୋକ ଏକାଠି ହୋଇପାରିବେ ନାହିଁ। ଏପରି କି କେହି ଫୁଳ ଦେଇ ନୂଆବର୍ଷ ଅଭିନନ୍ଦନ ଜଣାଇ ପାରିବେ ନାହିଁ। ଭର୍ଚ୍ଚୁଆଲ ମାଧ୍ୟମରେ କର୍ମଚାରୀମାନେ ପରସ୍ପରକୁ ନୂଆବର୍ଷ ଶୁଭେଚ୍ଛା ଜଣାବାକୁ ନିର୍ଦ୍ଦେଶ ଦିଆଯାଇଛି। ଏ ନେଇ ଶୁକ୍ରବାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।