ଅଲାରନାଥରେ ଭକ୍ତଙ୍କ ଭିଡ଼

ପୁରୀ ଅଫିସ,୫ା୬: ଶ୍ରୀଜିଉ ମହାସ୍ନାନ କରିବା ପରେ ଜ୍ୱରରେ ପୀଡ଼ିତ ଥିବାରୁ ଅଣସର ଘରେ ରହିଛନ୍ତି। ଏହି ସମୟରେ ଭକ୍ତମାନେ ଅଲାରନାଥ ପୀଠରେ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି। ସୋମବାର ସକାଳୁ ଅଲାରନାଥ ପୀଠରେ ଭକ୍ତଙ୍କ ପ୍ରବଳ ଭିଡ଼ ଲାଗିଛି। ଅନ୍ୟପଟେ ଶ୍ରୀମନ୍ଦିରରେ ଭକ୍ତମାନେ ପଟିଦିଅଁ ଦର୍ଶନ କରୁଛନ୍ତି। ଅଣସର ସମୟରେ ଅଲାରନାଥ ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି।

Share