କାର୍ତ୍ତିକ ଚତୁର୍ଥ ସୋମବାରରେ ପଞ୍ଚାନନ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼

ସୋରଡା,୩୧ା୧୦(ଡି.ଏନ୍‌.ଏ): କାର୍ତ୍ତିକ ଚତୁର୍ଥ ସୋମବାର ଅବସରରେ ସୋରଡ଼ା ପଞ୍ଚାନନ ମନ୍ଦିରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ଗଞ୍ଜାମ ସମେତ କନ୍ଧମାଳ ଓ ଗଜପତି ଜିଲାରୁ ପରିବାର ସହ ବହୁ ଭକ୍ତ ଆସି ମହାଦେବଙ୍କ ଦର୍ଶନ କରିଥିଲେ।

ଯାନବାହନ ଭିଡକୁ ଦେଖି ମନ୍ଦିରର ୫୦୦ମିଟର ଦୂରରେ ପାର୍କିଂ ବ୍ୟବସ୍ଥା କରାଯାଇଥିଲା। ଭୋର ୪ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଜନସମାଗମ ହୋଇଥିବାରୁ ଦିନସାରା ପୋଲିସ ପକ୍ଷରୁ ପାଟ୍ରୋଲିଂ ବ୍ୟବସ୍ଥା କରାଯାଇଥିଲା। ମନ୍ଦିର ବେଢା ପରିସରରେ ନାମ ସଂକୀର୍ତ୍ତନ ଓ ଦଳଗୁଡିକର ସାମୁହିକ ଭଜନ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା।

Share