Advertisement

ଟିକେଟ୍‌ ପାଇଁ ନବୀନ ନିବାସ ସାମ୍ନାରେ ଗହଳି, ବାୟୋଡାଟା ଧରି ହାଜର ହେଲେ ୩ ଆଶାୟୀ

ଭୁବନେଶ୍ୱର,୫ା୩: ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ମେଣ୍ଟକୁ ନେଇ ଚର୍ଚ୍ଚା ଥମୁନି। ଏନେଇ ଦିନକୁ ଦିନ ରାଜଧାନୀ ରାଜନୀତି ବାତାବରଣ ଉଷ୍ମ ହେବାରେ ଲାଗିଛି। ଦଳରେ ଆଶାୟୀ ସଂଖ୍ୟା ମଧ୍ୟ ବଢ଼ି ଚାଲିଛି। ଟିକେଟ୍‌ ପାଇବା ପାଇଁ ନବୀନ ନିବାସ ଆଗରେ ଗହଳି ଲାଗିଛି।

ପ୍ରତିଦିନ ପରି ମଙ୍ଗଳବାର ବି ନବୀନ ନିବାସରେ ଲାଗିଥିଲା ଗହଳି। ବାୟୋଡାଟା ଧରି ନବୀନ ନିବାସରେ ପହଞ୍ଚିଥିଲେ ଆଶାୟୀ। ବିଶେଷ କରି ଭୁବନେଶ୍ୱର ନେତାଙ୍କୁ ଆଜି ଦେଖିବାକୁ ମିଳିଥିଲା ନବୀନ ନିବାସରେ। ଗୋଟିଏ ପଟେ ବିଧାୟକମାନେ ନିଜ ଆସନ ବଞ୍ଚାଇବାକୁ କସରତ କରୁଥିବା ବେଳେ ଅନ୍ୟପକ୍ଷରେ ସମାନ୍ତରାଳ ଭାବେ ଯୁବ ପ୍ରାର୍ଥୀମାନେ ଖୋଲାଖୋଲି ଭାବେ ସାମ୍ନାକୁ ଆସୁଥିବା ଦେଖିବାକୁ ମିଳିଛି। ଆସନ୍ତା ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ହେବାକୁ ଯୁବ ବିଜେଡି ନେତାଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି । ଭୁବନେଶ୍ୱରର ୩ଟି ନିର୍ବାଚନମଣ୍ଡଳୀରେ ବିଜେଡିର ଯୁବ ଆଶାୟୀ ପ୍ରାର୍ଥୀମାନେ ଏଥିପାଇଁ ଆବେଦନ ମଧ୍ୟ କରିବା ଆରମ୍ଭ କରିଦେଲେଣି। ଭୁବନେଶ୍ୱର ମହାନଗର ନିଗମର ୪୫ ନମ୍ବର କର୍ପୋରେଟର ତଥା ବିଜେଡିର ବୌଦ୍ଧ ପର୍ଯ୍ୟବେକ୍ଷକ ଅମରେଶ ଜେନା ଭୁବନେଶ୍ୱର ମଧ୍ୟମ ନିର୍ବାଚନମଣ୍ଡଳୀ ପାଇଁ ଏବଂ ଏକାମ୍ର ନିର୍ବାଚନମଣ୍ଡଳୀ ପାଇଁ ଆଶାୟୀ ପ୍ରାର୍ଥୀଭାବେ ବିଏମ୍‌ସିର ୫୯ ନମ୍ବର ଓ୍ବାର୍ଡ କର୍ପୋରେଟର ବିରଞ୍ଚି ନାରାୟଣ ମହାସୂପକାର ନିଜର ବାୟୋଡାଟା ନବୀନ ନିବାସ ଯାଇ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି । ଦୁହେଁ ବିଧାୟକ ପ୍ରାର୍ଥୀ ପାଇଁ ଆଶା ବାନ୍ଧି ବସିଛନ୍ତି। ଅନ୍ୟପଟେ ଭୁବନେଶ୍ବର MP ଟିକେଟ ପାଇଁ ମନ ବଳାଇଛନ୍ତି ପୂର୍ବତନ ମେୟର ମିହିର ମହାନ୍ତି।

 

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share