ବ୍ରହ୍ମଗିରି,୨୬।୬(ଡି.ଏନ୍.ଏ.): ଆଜି ଦ୍ୱାଦଶ ଦିନରେ ପହଞ୍ଚିଛି ମହାପ୍ରଭୁ ଶ୍ରୀ ଅଲାରନାଥଙ୍କ ଅନବସର ଦର୍ଶନ। ଅଲାରନାଥଙ୍କ ଅନବସର ଦର୍ଶନକୁ ଆଉ ମାତ୍ର ୨ ଦିନ ଥିବା ବେଳେ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି। ରବିବାର ଛୁଟିଦିନ ଥିବା ହେତୁ ଚତୁର୍ଭୁଜ ନାରାୟଣ ରୂପରେ ଅଲାରନାଥଙ୍କୁ ଦର୍ଶନ କରିବା ପାଇଁ ପୀଠରେ ଦ୍ୱାର ଖୋଲା ହେବାଠାରୁ ଗହଳି ଆରମ୍ଭ ହେବା ସହ ଲମ୍ବା ଲାଇନ ଲାଗିଛି। ସ୍ନାନ ବେଦୀରେ ଅତ୍ୟଧିକ ସ୍ନାନ ପରେ ଶ୍ରୀଜୀଉଙ୍କୁ ଜ୍ୱର ହୋଇଥିଲ। ପରେ ଏବେ ସେବାୟତଙ୍କ ଓଷ ଲାଗିହେବା ଦ୍ୱାରା ଶ୍ରୀଜୀଉମାନେ ସୁସ୍ଥ ହେଲେଣି।