ପୁରୁଷୋତ୍ତମପୁର,୧୪।୧(ଡି.ଏନ୍.ଏ.): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟ ଦେବୀ ମା’ ତାରା ତାରିଣୀଙ୍କ ପୀଠରେ ଗୁରବାର ପବିତ୍ର ମକର ସଂକ୍ରାନ୍ତି ହେତୁ ଦର୍ଶନ ଲାଗି ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ସମାଗମ ହୋଇଛି।
ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ସମ୍ପୂର୍ଣ୍ଣ କରୋନା କଟକଣା ମଧ୍ୟରେ ଭକ୍ତମାନେ ମାଙ୍କ ଦର୍ଶନ କରିଛନ୍ତି। ସକାଳ ୪.୩୦ରେ ମଙ୍ଗଳ ଆଳତି, ଅବକାଶ, ସିଙ୍ଗାର, ସହ ମାଙ୍କୁ ମକର ସ୍ନାନ କରାଯାଇ ପରମ୍ପରା ଅନୁସାରେ ପୂଜାର୍ଚ୍ଚନା କରାଯାଇ ସକାଳ ୬.୪୫ରେ ଭକ୍ତଙ୍କ ଦର୍ଶନ ଆରମ୍ଭ ହୋଇଥିଲା। ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ଭକ୍ତଙ୍କ ଦର୍ଶନ ଲାଗି ସୁଅ ଛୁଟିଛି। ମନ୍ଦିର ନିର୍ବାହୀ ଅଧିକାରୀ ଟିକେ ରେଡ୍ଡୀ, ପୁରୁଷୋତ୍ତମପୁର ବିଡିଓ ବିଜୟ କୁମାର ବେହେରା, ତହସିଲଦାର ନୀତିଶ କୁମାର ତ୍ରିପାଠୀ, ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ, ମନ୍ଦିର ସେବାୟତ ସଂଘ ସଭାପତି ତପନ କୁମାର ରଣା, ବାପୁଜୀ ରଣାଙ୍କ ସମେତ ପୋଲିସ ଫୋର୍ସ ମୁତୟନ ରହିଛନ୍ତି।