ବର୍ଷାରେ ଫିକା ପଡ଼ିଲା ଦଶହରା: ଆମିଷ ବଜାରରେ ଭିଡ଼

ଗଞ୍ଜାମ,୫।୧୦(ଡି.ଏନ୍‌.ଏ.): ଦିନ ତମାମ ପ୍ରବଳ ବର୍ଷା ଯୋଗୁ ଦଶହରା ସାମାନ୍ୟ ଫିକା ପଡିଯାଇଛି। ହେଲେ ଆମିଷ ବଜାରରେ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ଭିଡକୁ ଦୃଷ୍ଟିରେ ରଖି ମାଛ, ମାଂସ, ଚିକେନ ଦର ମଧ୍ୟ ବୃଦ୍ଧି ପାଇଛି। ରୋହି ମାଛ କିଲୋପିଛା ୧୬୦ରୁ ୧୮୦, ଭାକୁର ୧୮୦ରୁ ୨୦୦ ଏବଂ ଚିକେନ ୨୦୦ ଏବଂ ଖାସି ମାଂସ କିଲୋ ପିଛା ୭୦୦ରେ ବିକ୍ରି ହେଉଛି। ତଥାପି ଲୋକେ ଆଗ୍ରହ ସହ କିଣୁଥିବା ଦେଖିବାକୁ ମିଳିଛି।

Share