ପାର୍ବଣରେ ଉତ୍ସବମୁଖର ଦାରିଙ୍ଗବାଡ: ମା’ପାଟଖଣ୍ଡାଙ୍କ ପୀଠରେ ଭିଡ଼

ଦାରିଙ୍ଗବାଡି, ୧୨।୧୦ (ଅରୁଣ ସାହୁ ): ଦଶହରା ପାଇଁ ଶାରା ରାଜ୍ୟ ଚଳଚଞ୍ଚଳ ହୋଇ ଉଠିଛି। ଏ ଭିତରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳ ମଧ୍ୟ ପାର୍ବଣ ପାଇଁ ଉତ୍ସବମୁଖର ହୋଇ ଉଠିଛି। ଶନିବାର ଦଶହରା ପାଇଁ ବିଭିନ୍ନ ପୂଜାମଣ୍ଡପ ଓ ମନ୍ଦିରରେ ଭିଡ଼ ଦେଖିବାକୁ ମିଳିଛି। ଦାରିଙ୍ଗବାଡି, ସିମାନବାଡି, ବ୍ରାହ୍ମଣୀଗାଁ ଆଦି ଗ୍ରାମଦେବତୀ ମା’ ପାଟ୍ଟଖଣ୍ଡାଙ୍କ ପୀଠକୁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି। ଗାଡ଼ି ପୂଜା କରିବାକୁ ଲୋକଙ୍କ ଗହଳି ହୋଇଛି।

Share