ଲକ୍‌ଡାଉନ୍‌ ପୂର୍ବରୁ ବଜାରରେ ଭିଡ଼

ପୁଣେ,୧୩।୩: ମହାରାଷ୍ଟ୍ର ଏବଂ କେରଳରେ କରୋନା ସଂକ୍ରମଣ ପୁଣି ନିୟନ୍ତ୍ରଣ ହରାଇବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ସରକାରଙ୍କ ପକ୍ଷରୁ ରାଜ୍ୟର ୮ ଜିଲାରେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ପାଇଁ ନିଷ୍ପିତ୍ତି ଗ୍ରହଣ କରିଛନ୍ତି। ମାର୍ଚ୍ଚ ୧୫ରୁ ସମ୍ପୃକ୍ତ ଜିଲାରେ ଲକ୍‌ଡାଉନ୍‌ ଆରମ୍ଭ ହେବ। ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଲୋକେ ଲକ୍‌ଡାଉନ୍‌ ପୂର୍ବରୁ ବଜାରରେ ଭିଡ଼ ଲଗାଇଛନ୍ତି। ଲୋକେ ସାମାଜିକ ଦୂରତା ପ୍ରତି ସଚେତନ ନ ଥିବା ଦେଖିବାକୁ ମିଳୁଛି। କେତେକ ବିନା ମାସ୍କ୍‌ରେ ମଧ୍ୟ ବୁଲୁଛନ୍ତି। ଏହାଯୋଗୁ ପ୍ରଶାସନର ଚିନ୍ତା ବଢ଼ିବାରେ ଲାଗିଛି। ବାରମ୍ବାର କରୋନା ମାର୍ଗଦର୍ଶିକା ପାଳନ କରିବାକୁ ଡ଼ାକବାଜି ଯନ୍ତ୍ର ଦ୍ୱାରା ପ୍ରଚାର କରାଗଲେ ମଧ୍ୟ କୌଣସି ସୁଫଳ ମିିଳୁନି। ରାଜ୍ୟ ସରକାର ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ସ୍କୁଲ କଲେଜ ବନ୍ଦ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। ସୂଚନାଯୋଗ୍ୟ, ଦେଶରେ କରୋନାର ଦୋହରା ମାଡ଼ ଯୋଗୁ ମହାରାଷ୍ଟ୍ର, ପଞ୍ଜାବ, କର୍ନାଟକ, ଗୁଜରାଟ, ତାମିଲନାଡୁ ଏବଂ କେରଳ ଆଦି ୬ ରାଜ୍ୟରେ ସ୍ଥିତି ବେକାବୁ ହେବାରେ ଲାଗିଛି।

Share