ହମାସ ନୁହେଁ ଇସ୍ରାଏଲ ଲୋକଙ୍କୁ ବନ୍ଧକ ରଖିଛନ୍ତି ଗାଜା ନାଗରିକଙ୍କ ଭିଡ…

ଜେରୁଜେଲମ,୨୦।୧୨ : ଅକ୍ଟୋବର ୭ ରେ ଗାଜା ସ୍ଥିତ ହମାସ ଆତଙ୍କବାଦୀ ଗୋଷ୍ଠୀ ଦ୍ୱାରା ଇସ୍ରାଏଲ ଉପରେ ପାଞ୍ଚ ହଜାର ରକେଟ ମାଡ କରାଯାଇଥିଲା। ଆକ୍ରମଣକାରୀମାନେ ଗାଜା ସହିତ ଇସ୍ରାଏଲ ସୀମାରେ ଥିବା ବାଡ ଭାଙ୍ଗି ଦେଇଥିଲେ। ଏହା ପରେ ହମାସ ଯୋଦ୍ଧାମାନେ ଇସ୍ରାଏଲ ସହରରେ ପହଞ୍ଚିଥିଲେ। ଏହି ସମୟ ମଧ୍ୟରେ ବହୁ ସଂଖ୍ୟକ ଇସ୍ରାଏଲ ଲୋକ ଗାଜାରେ ବନ୍ଧକ ରଖିଥିଲେ। ଏହି ଘଟଣା ସମୟରେ ଜଣେ ଇସ୍ରାଏଲ ଝିଅଙ୍କୁ ବନ୍ଧକ ରଖିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଯେଉଁଥିରେ ଦୁଇଜଣ ହମାସ ଆକ୍ରମଣକାରୀ ତାଙ୍କୁ ଏକ ବାଇକରେ ନେଇ ଯାଉଥିଲେ।

ନିକଟରେ ହୋଇଥିବା ଏକ ରିପୋର୍ଟରେ କୁହାଯାଇଛି ସେମାନଙ୍କୁ ହମାସ ଦ୍ୱାରା ବନ୍ଧକ କରାଯାଇ ନାହିଁ ବରଂ ଗାଜା ନାଗରିକଙ୍କ ଭିଡ଼ ଦ୍ୱାରା ରଖାଯାଇଛି।

ଇସ୍ରାଏଲର ନାଗରିକଙ୍କୁ ବନ୍ଧକ ରଖିଥିବା ଲୋକେ ଆତଙ୍କବାଦୀ ନୁହଁନ୍ତି ବରଂ ଗାଜା ନାଗରିକଙ୍କ ଭିଡ। ସେମାନେ ହମାସ ଆକ୍ରମଣର ସୁଯୋଗ ନେଇ ଇସ୍ରାଏଲରେ ପ୍ରବେଶ କରିଥିଲେ।

ଏହି ରିପୋର୍ଟରେ ଇସ୍ରାଏଲର ଦୁଇ ସାମରିକ ଅଧିକାରୀଙ୍କ ସହ ବାର୍ତ୍ତାଳାପ ଉଲ୍ଲେଖ କରାଯାଇଛି। ସେମାନେ କହିଛନ୍ତି ଏହା ସତ୍ୟ ଯେ ନୁଖବା ଫୋର୍ସ ନରସଂହାରର କିଛି ଘଣ୍ଟା ପରେ ଅକ୍ଟୋବର ୭ ରେ ଅନେକ ଲୋକ ସଂଗୀତ ମହୋତ୍ସବରେ ପହଞ୍ଚିଥିଲେ। ଜଣେ ଅଧିକାରୀ କହିଛନ୍ତି ନୋୟା ଏବଂ ଅନ୍ୟମାନଙ୍କୁ ଅପହରଣର ଭିଡିଓରେ ଦେଖାଯାଇଛି କୌଣସି ଅପହରଣକାରୀ ବନ୍ଧୁକଧାରୀ ସଶସ୍ତ୍ର କିମ୍ବା ସାମରିକ ଜ୍ୟାକେଟ ପିନ୍ଧି ନ ଥିଲେ। ତେଣୁ ଏହା ପ୍ରମାଣିିତ ହେଉଛି ସେମାନେ ନୁଖବା ସଦସ୍ୟ ନୁହନ୍ତି।

ନୋୟା ଅରଗାମଣିଙ୍କୁ ବନ୍ଧକ ରଖାଯାଇଥିବା ଭିଡିଓରେ ହମାସର ବର୍ବରତାର ସତ୍ୟ ଦୃଶ୍ୟମାନ ହୋଇଥିଲା। ଝିଅଙ୍କ କେଶକୁ ଧରି ଟାଣି ନିଆଯାଉଥିଲା। ସେ ଯନ୍ତ୍ରଣାରେ ଚିତ୍କାର କରୁଥିବା ଦେଖିବାକୁ ମିଳିଥିଲା।

ଇସ୍ରାଏଲ ଏବଂ ହମାସ ମଧ୍ୟରେ ଅସ୍ତ୍ରବିରତି ସମୟରେ ହମାସ ଦ୍ୱାରା ୨୪୦ ବନ୍ଧକଙ୍କ ଙ୍‌ମଧ୍ୟରୁ ୧୦୦ରୁ ଅଧିକ ଲୋକଙ୍କୁ ମୁକ୍ତ କରାଯାଇଥିଲା। ୧୪ ଜଣ ସାଧାରଣ ନାଗରିକଙ୍କ ମଧ୍ୟରେ ନୋୟା ଅଛନ୍ତି ଯେଉଁମାନେ ଏପର୍ଯ୍ୟନ୍ତ ମୁକ୍ତ ହୋଇନାହାନ୍ତି। ଉଭୟ ଇସ୍ରାଏଲ ଏବଂ ଆମେରିକା କହିଛନ୍ତି ହମାସ ମହିଳାମାନଙ୍କୁ ମୁକ୍ତ କରିବାକୁ ମନା କରିଦେଇଥିବାରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି।

 

Share