ଝୁଲାପୋଲରେ ପୁଣି ପର୍ଯ୍ୟଟକଙ୍କ ଭିଡ଼

ରାୟଗଡ଼ା,୨୭ା୧୨(ସ୍ବ.ପ୍ର.):ରାୟଗଡ଼ା ସ୍ଥିତ ଝୁଲାପୋଲ ନାଗାବଳୀ ନଦୀ ଅପରପାର୍ଶ୍ୱରେ ରହିଥିବା ପ୍ରାୟ ୨୫ରୁ ଊର୍ଦ୍ଧ୍ୱ ଗାଁକୁ ସଂଯୋଗର ମାଧ୍ୟମ ହୋଇଥିଲା। ହେଲେ ଓଡ଼ିଶାର ଏହି ଦ୍ୱିତୀୟ ଝୁଲାପୋଲ ଏବେ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି। ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ପୋଲ ଦୁର୍ବଳ ହୋଇଛି। ଫଳରେ ସୁରକ୍ଷା ଦୃଷ୍ଟିରୁ ସେପ୍ଟେମ୍ବର ୨୫ ରେ ଜିଲା ପ୍ରଶାସନ ପକ୍ଷରୁ ପୋଲ ବନ୍ଦ କରାଯାଇଥିଲା। ତେବେ କଟକଣାକୁ ନ ମାନି ପର୍ଯ୍ୟଟକ ପୁଣି ପୋଲ ଉପରକୁ ଯାଇ ବୁଲାବୁଲି କରୁଛନ୍ତି। ଏମିତିକି ପୋଲ ତଳକୁ ଯାଇ ନଦୀ ନିକଟରେ ସେଲ୍‌ଫି ମଧ୍ୟ ନେଉଛନ୍ତି। ପୋଲ ବୁଲିବାକୁ ଆସି ନାଗାବଳୀ ନଦୀରେ ଅନେକ ଜୀବନ ଚାଲିଯାଇଥିଲେ ମଧ୍ୟ ପର୍ଯ୍ୟଟକ ସଚେତନ ନ ଥିବା ଦେଖିବାକୁ ମିଳୁଛି। ଗଣମାଧ୍ୟମରେ ଖବର ପକାଶ ପାଇବା ପରେ ମଧ୍ୟ ଜିଲା ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଏଠାକୁ ବୁଲିବାକୁ ଆସୁଛନ୍ତି। ଏବେ ଖ୍ରୀଷ୍ଟମାସ ଏବଂ ପିକ୍‌ନିକ୍‌ ଋତୁ ଚାଲିଥିବାରୁ ପର୍ଯ୍ୟଟକଙ୍କ ଭିଡ଼ ଅଧିକ ଜମୁଛି। ତେଣୁ ଏଠାରେ କୌଣସି ମୁହୂର୍ତ୍ତରେ ପୁଣି ଦୁର୍ଘଟଣା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ। ଏ ଦିଗରେ ପ୍ରଶାସନ ଦୃଢ଼ ପଦକ୍ଷେପ ନେବାକୁ ବୁଦ୍ଧିଜୀବୀ ମତପ୍ରକଶ କରିଛନ୍ତି।
ଝୁଲାପୋଲର ଉଭୟ ପାର୍ଶ୍ୱରେ ଲୁହାବାଡ଼ ବାନ୍ଧି ରାସ୍ତା ବନ୍ଦ କରାଯିବା ସହ ନଦୀକୁ ନ ଯିବା ପାଇଁ ଚାରିପାର୍ଶ୍ୱରେ ତାରବାଡ଼ ଦିଆଯାଇଥିଲା। କିଛିଦିନ ତଳେ ଦୁର୍ବୃତ୍ତମାନେ ତାରବାଡ଼ ଭାଙ୍ଗିଦେବା ସହ ପୋଲର ବିଭିନ୍ନ ସାମଗ୍ରୀ ନେଇଯାଇଥିଲେ। ଏହାପରେ ପୂର୍ବଭଳି ଲୋକେ ପୋଲରେ ଯାତାୟାତ କରୁଛନ୍ତି। ରବିବାର ଏବଂ ସୋମବାର ଏଠାରେ ବାହାରୁ ଆସିଥିବା ପର୍ଯ୍ୟଟକ ପିକ୍‌ନିକ୍‌ କରିବା ମଧ୍ୟ ଦେଖିବାକୁ ମିଳିଥିଲା। ବ୍ରହ୍ମପୁର, ଭୁବନେଶ୍ୱର, ପଡ଼ୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶ ଏବା କର୍ନାଟକରୁ ଏଠାକୁ ପର୍ଯ୍ୟଟକ ବୁଲିବାକୁ ଆସିଥିବ ଦେଖିବାକୁ ମିଳିଛି। ଝୁଲାପୋଲରେ କେଉଁଠାରେ ଫ୍ଲିସ ପ୍ଲେଟ ନଟ୍‌ ଖସିଗଲାଣି ତ ଆଉ କେଉଁଠି କଳଙ୍କି ଲାଗି ନଷ୍ଟ ହେବାକୁ ଗଲାଣି। ଏଭଳି ପରିସ୍ଥିତିରେ ପ୍ରଶାସନ ପକ୍ଷରୁ ଲାଗିଥିବା ନିଷିଦ୍ଧ ଫଳକ ପଢ଼ି ପର୍ଯ୍ୟଟକ ଫେରିଯିବା ବଦଳରେ ବାରମ୍ବାର ଝୁଲା ପୋଲ ମଧ୍ୟକୁ ଏବଂ ନଦୀଗର୍ଭକୁ ଯାଉଛନ୍ତି। ଅନ୍ୟପକ୍ଷରେ ପ୍ରଶାସନ କଟକଣା ଘୋଷଣା କରି ନିଜ ଦାୟିତ୍ୱ ଶେଷ କରିଦେଇଛି। ପୋଲ ଅଞ୍ଚଳରେ ପୋଲିସ କିମ୍ବା ସୁରକ୍ଷାକର୍ମୀ ମୁତୟନ କରାଯାଇନାହିଁ। ତେଣୁ ପୁଣି ବଡ଼ ଦୁର୍ଘଟଣା ଘଟିଲେ ଏଥିପାଇଁ ପ୍ରଶଶସନ ଦାୟୀ ରହିବ ବୋଲି ମତପ୍ରକାଶ ପାଉଛି।
ସୂଚନଯୋଗ୍ୟ, ୨୦୧୧ରେ ନାଗାବଳୀ ନଦୀ ଉପରେ ଓଡ଼ିଶାର ଦ୍ୱିତୀୟ ଝୁଲାପୋଲ ନିର୍ମାଣ କରାଯାଇଥିଲା। ୧କୋଟି ୨୦ ଲକ୍ଷ ଟଙ୍କା ବ୍ୟୟରେ ରାୟଗଡ଼ା ସହରର ଚେକାଗୁଡ଼ା ଠାରୁ ବାଇସିଂ ପଞ୍ଚାୟତ ଅନ୍ତର୍ଗତ ମାରିଗୁଡ଼ା ପର୍ଯ୍ୟନ୍ତ ଯାତାୟାତ ନିମନ୍ତେ ଏହି ପୋଲର ନିର୍ମାଣ କରାଯାଇଥିଲା। ହେଲେ ପରବର୍ତ୍ତି ସମୟରେ ଏହା ୨୫ ଖଣ୍ଡ ଗାଁକୁ ସଂଯୋଗର ପଥ ଭାବେ ଛିଡ଼ା ହୋଇଥିଲା। ପରବର୍ତ୍ତି ସମୟରେ ଏହି ପୋଲ ପର୍ଯ୍ୟଟନସ୍ଥଳୀ ଭାବେ ପ୍ରସିଦ୍ଧି ଲାଭ କରିଥିଲା। ପୋଲ ତଳେ ପ୍ରବାହିତ ନାଗାବଳୀ ନଦୀ ଏବଂ ନିକଟସ୍ଥ ପ୍ରାକୃତିକ ପରିବେଶ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥିଲା। ହେଲେ ପ୍ରଶାସନର ଦୂରଦୃଷ୍ଟି ଏବଂ ଆନ୍ତରିକତା ଅଭାବରୁ ଏହା ଡେଥ୍‌ ଜୋନ୍‌ରେ ପରିଣତ ହୋଇଥିଲା। ପ୍ରଶାସନ କେବଳ ପୋଲକୁ ଘୋଷଣାରେ ବନ୍ଦ ନ କରି ପର୍ଯ୍ୟଟକ ଯେପରି ଏଠାକୁ ନ ଆସିବେ ସେ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ବୁଦ୍ଧିଜୀବୀ ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜଳସମ୍ପଦର ସୁରକ୍ଷା ପାଇଁ ଶପଥ ପାଠ

ଦିଗପହଣ୍ଡି,୨୨ା୧୨(ଅଶେଷ ନାଥ ମିଶ୍ର)-ଦିଗପହଣ୍ଡି ସ୍ଥିତ ଘୋଡାହାଡ ପାଣି ପଞ୍ଚାୟତ ଶୀର୍ଷ କମିଟି କାର୍ଯ୍ୟାଳୟ ପରିସରରେ ରବିବାର ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ସମାରୋହ...

ଦୁଇ ବାଇକ୍‌ ମୁହାଁମୁହିଁ, ଚାଲିଗଲା ଦୁଇ ଜୀବନ 

ନବରଙ୍ଗପୁର,୨୨।୧୨(ସଦାଶିବ ପ୍ରହରାଜ): ନବରଙ୍ଗପୁର ସହର ଗ୍ଲେଜ ହୋଟେଲ ସମ୍ମୁଖ ରାସ୍ତାରେ ଦୁର୍ଘଟଣା ଘଟି ୨ ବାଇକ୍‌ ଚାଳକଙ୍କ ମୃତ୍ୟୁ ହୋଇଛି। ସେମାନେ ହେଲେ ବଡ଼ଡାଇଭଟ୍ଟା ଅଞ୍ଚଳର...

ଦୁଇ ଦିନିଆ ରାୟଗଡ଼ା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ: ସଜେଇ ହେଉଛି ସହର

ରାୟଗଡ଼ା,୨୨।୧୨(ଆଶିଷ ରଞ୍ଜନ ପଣ୍ଡା)- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଡିସେମ୍ବର ୨୬ରେ ଦୁଇ ଦିନିଆ ରାୟଗଡ଼ା ଜିଲା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଏହି ସମୟରେ...

ରାତ୍ର ଜଗୁଆଳିଙ୍କ ଭରସାରେ ଅବକାରୀ ଥାନା: ଖବର ପ୍ରକାଶ ପରେ ମଧ୍ୟ ଅବକାରୀ ବିଭାଗର ଭାଙ୍ଗୁନି ନିଦ

ଥୁଆମୂଳ ରାମପୁର,୨୨।୧୧(ଦୁର୍ଗା କୀର୍ତ୍ତି) କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ଥିବା ଅବକାରୀ ଅଫିସ ବାହାର ଓ ଭିତର ଗେଟ ପ୍ରାୟ ଅଧିକାଂଶ ମାସ ହେବ...

ଦୁର୍ବଳ ହେଉଛି ସଙ୍ଗଠନ: ଧରାପଡ଼ିଲେ ୧୩ ମାଓବାଦୀ

ମାଲକାନଗିରି,୨୨ା୧୨(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ବିଜାପୁର ଜିଲାର ଦୁଇଟି ସ୍ଥାନରୁ ୮ ଓ ସୁକମା ଜିଲା ପୋଲିସ ଦ୍ୱାରା ୪ ଲକ୍ଷ ପୁରସ୍କାର ଘୋଷିତ ୫ ମୋଟ...

ଜାନୁଆରୀ ୧ରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ

ଭୁବନେଶ୍ୱର,୨୨।୧୨: ଜାନୁଆରୀ ୧ରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ମହାପ୍ରଭୁଙ୍କ ଧାଡ଼ି ଦର୍ଶନ। ଏନେଇ ୨୭ ଏବଂ ୨୮ ତାରିଖ ସୁଦ୍ଧା ପରିବର୍ତ୍ତନ ପ୍ରକ୍ରିୟା କ୍ରିୟାନୁୟନ ହୋଇଯିବ।...

ଶ୍ରେଷ୍ଠ ସ୍ଥାନ ଅଧିକାର କଲେ ଶ୍ୱେତାଶ୍ରୀ: ଜିତିଲେ ସ୍ବର୍ଣ୍ଣପଦକ

ଛତ୍ରପୁର,୨୨ା୧୨(ଦିଲୀପ ସାମଲ): ଭୁବନେଶ୍ୱର ସି. ଭି. ରମଣ ଗ୍ଲୋବାଲ ବିଶ୍ୱବିଦ୍ୟାଳୟରେ ଆୟୋଜିତ ପଞ୍ଚମ ସମାବର୍ତ୍ତନ ଉତ୍ସବରେ ବିଟେକ କମ୍ପ୍ୟୁଟର ଇଞ୍ଜିନିୟରିଂ ବିଭାଗରେ ଛତ୍ରପୁରର ଶ୍ୱେତାଶ୍ରୀ ଶତପଥୀ...

ବର୍ଷା ଉଜାଡ଼ିଲା ମୁଗ ଫସଲ

ଧରାକୋଟ,୨୨ା୧୨(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଦୁଇଦିନର ଲଘୁଚାପ ଜନିତ ଲଗାଣ ବର୍ଷା ଧରାକୋଟ ଅଞ୍ଚଳର ବିଭିନ୍ନ ପଞ୍ଚାୟତର ଏକର ଏକର ଜମିରେ ପାଣି ଜମି ରହିଛି। ଏହାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri