Advertisement

ପର୍ଯ୍ୟଟକଙ୍କ ଭିଡ଼, ଅଳିଆ ଗଦାରେ ଦାରିଙ୍ଗବାଡି:ସ୍ବଚ୍ଛତାକୁ ନେଇ ଉଠିଲା ପ୍ରଶ୍ନ

ଦାରିଙ୍ଗବାଡି,୩୦।୧୨(ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡିକୁ ଦୈନିକ ହଜାର ସଂଖ୍ୟାରେ ପର୍ଯ୍ୟଟକ ବୁଲିବାକୁ ଆସୁଥିବା ବ୍ଲକ ପ୍ରଶାସନ ପକ୍ଷରୁ ଜଣାପଡିଛି। ତେବେ ପର୍ଯ୍ୟଟକଙ୍କ ପ୍ରଚଣ୍ଡ ଭିଡ଼ ଯୋଗୁ ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ର ପରିସର ଓ ବାହାରେ କୁଢ଼କୁଢ଼ ଅଳିଆ ଗଦା ଦେଖିବାକୁ ମିଳିଛି। ସୋମବାର ସକାଳ ଭ୍ରମଣରେ ବାହାରିଥିବା ଅଞ୍ଚଳବାସୀ ଏଭଳି କୁଢ଼ କୁଢ଼ ପ୍ଲାଷ୍ଟିକ, ପଲିଥିନ, ଅଇଁଠା ଖଲିପତ୍ର ଦେଖି ଉଦବେଗ ପ୍ରକାଶ କରିଛନ୍ତି। ଗୋଟିଏ ପଟେ ପରିବେଶ ଦୂଷିତ ହେବାସହ ପୁତ୍ତିମୟ ଗନ୍ଧ ରେ ନାକ ଫାଟୁଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।
କଫିବଗିଚା ସମେତ ଡୁଲୁରୀ ପାଇନ ବଣର ଟ୍ରାକିଙ୍ଗ ଟ୍ରେଲ ଓ ପାଇନ ବଣ ପରିସର, ଲଭର୍ସ ପଏଣ୍ଟ, ଆଦି ପର୍ଯ୍ୟଟନ କ୍ଷେତ୍ର ର ଅବସ୍ଥା ଶୋଚନୀୟ ହୋଇପଡିଛି। ଏନେଇ ବିଡ଼ିଓ ପ୍ରୀତିରଞ୍ଜନ ରଥ ସମସ୍ତ ପର୍ଯ୍ୟଟନ କ୍ଷେତ୍ରକୁ ଶୀଘ୍ର ସଫେଇ କରିବାକୁ ଦାୟିତ୍ୱରେ ଥିବା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ୧୦ଟା ସୁଦ୍ଧା ସମସ୍ତ ପର୍ଯ୍ୟଟନ କ୍ଷେତ୍ର ସଫେଇ କରାଯିବ ଓ ସେ ନିଜେ ସମସ୍ତ ପର୍ଯ୍ୟଟନକ୍ଷେତ୍ର ପରିଦର୍ଶନରେ ବାହାରିଥିବା କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share