ଖଣ୍ଡାଧାରରେ ଜମୁଛି ପର୍ଯ୍ୟଟକଙ୍କ ଭିଡ଼

କେନ୍ଦୁଝର,୧୬ା୧(ସ୍ବ.ପ୍ର.): କେନ୍ଦୁଝର ଜିଲା ଅନ୍ୟତମ ପ୍ରସିଦ୍ଧ ବାଂଶପାଳ ବ୍ଲକର ଖଣ୍ଡାଧାର ଜଳପ୍ରପାତରେ ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼ ଜମୁଛି। ଏଠାରେ ଏବେ ମକର ମେଳା ଚାଲିଥିବାରୁ ପର୍ଯ୍ୟଟକମାନେ ଜଳପ୍ରପାତ ବୁଲି ଦେଖିବା ସହ ଭୋଜି ଭାତ କରି ମଜା ନେଉଛନ୍ତି। ମେଳାରେ ମୀନାବଜାର ପଡ଼ିଛି। ପର୍ଯ୍ୟଟକମାନେ ବୁଲିବା ସହ ମେଳାକୁ ବେଶ୍‌ ଉପଭୋଗ କରୁଛନ୍ତି।