ପାଲେଷ୍ଟାଇନଙ୍କୁ ସମର୍ଥନ କଲା ସାଉଦି ଆରବ

ଜେରୁଜେଲମ,୧୦।୧୦: ପାଲେଷ୍ଟାଇନ ଆତଙ୍କବାଦୀ ଗୋଷ୍ଠୀ ହମାସର ଆକ୍ରମଣ ପରେ ଇସ୍ରାଏଲ କ୍ରମାଗତ ଭାବରେ ଗାଜା ଉପରେ ଆକ୍ରମଣ କରୁଛି। ଏହି ସମୟରେ ଶାନ୍ତି ଆଣିବା ପାଇଁ ସାଉଦି ଆରବ ପାଲେଷ୍ଟାଇନବାସୀଙ୍କ ସହ ଛିଡା ହୋଇଛି ବୋଲି କହିଛି। ସାଉଦି କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନ ପାଲେଷ୍ଟାଇନର ରାଷ୍ଟ୍ରପତି ମହମୂଦ ଅବ୍ବାସଙ୍କୁ କହିଛନ୍ତି ଯେ, ଇସ୍ରାଏଲ ଉପରେ ହମାସର ଆକ୍ରମଣ ପରେ ବୃଦ୍ଧି ପାଇଥିବା ବିବାଦକୁ ରୋକିବା ପାଇଁ ସେ କାର୍ଯ୍ୟ କରୁଛନ୍ତି।

ସାଉଦି ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନ ମହମୂଦ ଅବ୍ବାସଙ୍କୁ କହିଛନ୍ତି ଯେ, ଗଲ୍ଫ ରାଜ୍ୟ ପାଲେଷ୍ଟାଇନବାସୀଙ୍କ ସହ ସେମାନଙ୍କର ଅଧିକାର ସୁନିଶ୍ଚିତ କରିବ, ସେମାନଙ୍କର ଆଶା ଏବଂ ଆକାଂକ୍ଷା ହାସଲ କରିବ ଏବଂ ଏକ ନ୍ୟାୟପୂର୍ଣ୍ଣ ତଥା ସ୍ଥାୟୀ ଶାନ୍ତି ପାଇଁ ତାଙ୍କ ସହିତ ଛିଡା ହେବ। ଆତଙ୍କବାଦୀ ସଂଗଠନ ହମାସର ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣ ସମଗ୍ର ବିଶ୍ୱରେ ଆଲୋଡ଼ନ ସୃଷ୍ଟି କରିଛି। ଇସ୍ରାଏଲରେ ଏହି ଆକ୍ରମଣରେ ଏପର୍ଯ୍ୟନ୍ତ ପ୍ରାୟ ୯୦୦ ଲୋକ ପ୍ରାଣ ହରାଇଛନ୍ତି।

 

Share