ଜିଲାପାଳଙ୍କୁ ଫେରାଦ ହେଲେ ସିଆରପିସିଏମ୍‌:ଦାବି ପୂରଣ କର

ବରଗଡ଼,୨୪।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ବିଜେପୁର ବ୍ଲକର ୭ପଞ୍ଚାୟତରେ କାର୍ଯ୍ୟରତ ସିଆରପିସିଏମ୍‌ମାନେ ଶୁକ୍ରବାର ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ ଫେରାଦ ହୋଇଛନ୍ତି। ଜିଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରି ସେମାନଙ୍କୁ ପ୍ରାପ୍ୟ ପ୍ରଦାନ ଦିଗରେ ବିହିତ ପଦକ୍ଷେପ ନେବା ପାଇଁ ସେମାନେ ନିବେଦନ କରିଛନ୍ତି। ସ୍ମାରକପତ୍ରରେ ଉଲ୍ଲେଖ ରହିଛି, ବିଜେପୁର ବ୍ଲକର ଏମ. ଶ୍ରୀଗିଡ଼ା, ଗଣ୍ଠିଆପାଲି, ଟି. ଗଣ୍ଡପାଲି, ପହଣ୍ଡି, ପଥର୍ଲା, ଚାରପାଲି, ବୈରଖପାଲି ପଞ୍ଚାୟତରେ ସେମାନେ କାର୍ଯ୍ୟରତ ଅଛନ୍ତି। ଉକ୍ତ ପଞ୍ଚାୟତରେ ରହିଥିବା ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ଗୁଡ଼ିକର କାମଗୁଡ଼ିକୁ ସେମାନେ ଠିକ୍‌ ଭାବେ ସମ୍ପାଦନ କରିଆସୁଛନ୍ତି। ତେବେ ୨୦୨୩ ସେପ୍ଟେମ୍ବର ମାସରୁ ସେମାନେ କାର୍ଯ୍ୟ କରିଆସୁଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ସେମାନଙ୍କୁ କିଛି ପାରିଶ୍ରମିକ, ଦରମା ମିଳି ନ ଥିବା ଅଭିଯୋଗ ହୋଇଛି। ଏପରିକି ୟୁନିଫର୍ମ ଏବଂ ମୋବାଇଲ ଖର୍ଚ୍ଚ ମଧ୍ୟ ଦିଆଯାଉ ନ ଥିବା ସିଆରପିସିଏମମାନେ ଅଭିଯୋଗ କରିଛନ୍ତି। ଏ ନେଇ ବିଏଲଓଙ୍କୁ ଜଣାଇବା ସତ୍ତ୍ୱେ କିଛି ସୁଫଳ ମିଳିନାହିଁ। ଫଳରେ ଏ ଦିଗରେ ବିହିତ ପଦକ୍ଷେପ ନେବାକୁ ପପିତା ଶିକା, ସିପ୍ରାଞ୍ଜଳି ମଟାରୀ, ସସ୍ମିତା ସାହୁ, କୁମୁଦିନୀ ବିଶି ପ୍ରମୁଖ ଦାବି କରିଛନ୍ତି।

Share