Categories: ଜାତୀୟ

ସିଆର୍‌ପିଏଫ୍‌-ଡିଆର୍‌ଡିଓ ପକ୍ଷରୁ ବାଇକ୍‌ ଆମ୍ବୁଲାନ୍ସ୍‌ ସେବା ଆରମ୍ଭ

ନୂଆଦିଲ୍ଲୀ,୧୮।୧: ସିଆର୍‌ପିଏଫ୍‌ ଏବଂ ଡିଆର୍‌ଡିଓ ପକ୍ଷରୁ ସୋମବାର ବାଇକ୍‌ ଆମ୍ବୁଲାନ୍ସ୍‌ ସେବା ‘ରକ୍ଷିତା’ର ଆରମ୍ଭ କରାଯାଇଛି। ସୁରକ୍ଷାକର୍ମୀଙ୍କୁ ଜରୁରିକାଳୀନ ସେବା ଯୋଗାଇ ଦେବା ପାଇଁ ଏହା କାର୍ଯ୍ୟ କରିବ। ଯୁଦ୍ଧ କ୍ଷେତ୍ର, ଆତଙ୍କବାଦୀ ଅପରେଶନ୍‌ ଅବା ମାଓବାଦୀ ଅପରେଶନ୍‌ ସମୟରେ ଏହି ବାଇକ୍‌ ଆମ୍ବୁଲାନ୍ସ୍‌ ଆହତ ସୁରକ୍ଷାକର୍ମୀଙ୍କୁ ହସ୍ପିଟାଲରେ ପହଞ୍ଚାଇବାରେ ବେଶ୍‌ ସହାୟକ ହୋଇପାରିବ। ବିଜାପୁର, ସୁକମା, ଦନ୍ତେ ଓ୍ବାଡ଼ା ଆଦି ଅଞ୍ଚଳରେ ଏହାଦ୍ୱାରା ଆବଶ୍ୟକ ମେଡ଼ିକାଲ ସେବା ସର୍ଚ୍ଚ ଅପରେଶନ୍‌ ସମୟରେ ଯୋଗାଇ ଦିଆଯିବ। ଜଙ୍ଗଲ ଅଥବା ଦୁର୍ଗମ ଅଞ୍ଚଳରେ ବଡ଼ ଆମ୍ବୁଲାନ୍ସ୍‌ ଯାତାୟତ କରିବା କଷ୍ଟକର। ଏପରିସ୍ଥଳେ ବାଇକ୍‌ ଆମ୍ବୁଲାନ୍ସ୍‌ ସ୍ବାସ୍ଥ୍ୟ ସେବା ଯୋଗାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ପାରିବ।

Share