Categories: ଜାତୀୟ

ମାଓବାଦୀ ବିରୋଧୀ ଅଭିଯାନରେ ମହିଳା କମାଣ୍ଡୋଙ୍କୁ ସାମିଲ କଲା ସିଆର୍‌ପିଏଫ୍‌

ନୂଆଦିଲ୍ଲୀ,୬ ।୨: ସେଣ୍ଟ୍ରାଲ ରିର୍ଭ ପୋଲିସ ଫୋର୍ସ(ସିଆର୍‌ପିଏଫ୍‌) ମହିଳା କମାଣ୍ଡୋଙ୍କୁ ନକ୍ସଲ ବିରୋଧୀ ଅଭିଯାନରେ ସାମିଲ କରିବାକୁ ନିଷ୍ପତ୍ତି ନେଇଛି । ଏଥିପାଇଁ ୬ ମହିଳା ବାଟାଲିୟନର ୩୪ ମହିଳା କର୍ମୀଙ୍କୁ ୩ମାସ ପାଇଁ କୋବରା ପ୍ରି-ଇଣ୍ଡକସନ ଟ୍ରେନିଂ ନେବାକୁ ପଡିବ । ସମସ୍ତ ମହିଳାଙ୍କ ପ୍ରଶିକ୍ଷଣ ଶେଷ ହେବା ପରେ ଏମାନଙ୍କୁ ପୁରୁଷ ସମକକ୍ଷ ସହ ଏଲ୍‌ଡବ୍ଲୁଇ ଅଞ୍ଚଳରେ ନିଯୁକ୍ତ କରାଯିବ । ସୂଚନାଯୋଗ୍ୟ, କିଛିଦିନ ହେବ ମାଓବାଦୀଙ୍କ ଦ୍ୱାରା ଲୋକଙ୍କୁ ଅପହରଣ କରି ରଖିବା ଓ ଜୀବନରୁ ମାରି ଦେବାଭଳି ଖବର ଆସୁଛି । ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ଦ୍ୱାରା ନୂଆ ନୂଆ ରଣନୀତି ଆପଣାଯାଉଛି । ସୂଚନାଯୋଗ୍ୟ, ଶନିବାର ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ମିଳିଛି । ଲକ୍ଷାଧିକ ଟଙ୍କା ଘୋଷଣା ଥିବା ମାଓବାଦୀ ସୁରକ୍ଷାକର୍ମୀଙ୍କ ଦ୍ୱାରା ନିହତ ହୋଇଛନ୍ତି ।

Share