Categories: ଜାତୀୟ

ଅଦ୍ୟମ ସାହସ-ଉତ୍କୃଷ୍ଟ ସେବାର ନାମ ସିଆରପିଏଫ୍‌, ସ୍ଥାପନା ଦିବସରେ କହିଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ, ୨୭।୭ : କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ୍‌)ର ସ୍ଥାପନା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯବାନ ଏବଂ ସେମାନଙ୍କ ପରିବାରକୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ସୁରକ୍ଷା ସମ୍ବନ୍ଧୀୟ ହେଉ କିମ୍ବା ମାନବିକ ଆହ୍ବାନ୍‌, ସମସ୍ତ କ୍ଷେତ୍ରରେ ସିଆରପିଏଫ୍‌ର ଭୂମିକା ସର୍ବଦା ପ୍ରଶଂସନୀୟ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଏକ ଟୁଇଟ କରି କହିଛନ୍ତି ଯେ, ଅଦ୍ୟମ ସାହସ-ଉତ୍କୃଷ୍ଟ ସେବାର ନାମ ସିଆରପିଏଫ୍‌।

ଏହି ଅବସରରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମଧ୍ୟ ଯବାନମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ ଏହି ଟୁଇଟରେ ଲେଖିଛନ୍ତି, ସିଆରପିଏଫ୍‌ କେବଳ ଦେଶର ସୁରକ୍ଷାକୁ ଅକ୍ଷୁର୍ଣ୍ଣ ରଖିବାରେ ଏକ ଅପୂର୍ବ ଅବଦାନ ଦେଇନାହିଁ ବରଂ ବୀରତ୍ୱର ଏକ ଗର୍ବିତ ଇତିହାସ ମଧ୍ୟ ସୃଷ୍ଟି କରିଛି, ଯାହା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗୌରବରା ବିଷୟ।

ସିଆର୍‌ପିଏଫ୍‌ ଦେଶର ସର୍ବ ପୁରାତନ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ ମଧ୍ୟରୁ ଅନ୍ୟତମ ଏବଂ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ସର୍ବଦା ଉତ୍ତରଦାୟୀ ଅଟେ। ଏହା ୧୯୩୯ ମସିହାରେ କ୍ରାଉନ ରିପ୍ରେଜେଣ୍ଟେଟିଭ୍‌ ପୋଲିସ ଭାବରେ ଗଠିତ ହୋଇଥିଲା। ସ୍ବାଧୀନତା ପରେ, ୨୮ ଡିସେମ୍ବର ୧୯୪୯ ରେ ସଂସଦର ଏକ ଅଧିନିୟମ ଦ୍ୱାରା ଏହି ବଳର ନାମ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ ଭାବରେ ନାମିତ ହୋଇଥିଲା।

Share