ନିଜ ବନ୍ଧୁକରୁ ଗୁଳି ଫୁଟାଇ ସିଆର୍‌ପିଏଫ୍‌ ଯବାନଙ୍କ ଆତ୍ମହତ୍ୟା

ମାଲକାନଗିରି,୩୧ା୧୦(ଡି.ଏନ୍‌.ଏ.)-ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡରେ ଜଣେ ସିଆର୍‌ପିଏଫ୍‌ ଯବାନ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ଛତିଶଗଡର ଦର୍ନାପାଲସ୍ଥିତ ୨୨୩ ବାଟାଲିୟନରେ କାର୍ଯ୍ୟ କରୁଥିବା ଯବାନ କମଳକାନ୍ତ ଏପରି ଘଟାଇଛନ୍ତି। ତାଙ୍କ ଘର ଓଡ଼ିଶାର ଝାରସୁଗୁଡାରେ ବୋଲି ଜଣାପଡିଛି। ସେ କିଛିଦିନ ତଳେ ଛୁଟିରେ ଗ୍ରାମକୁ ଯାଇ ଫେରିଥିଲେ। ଏହା ଏକ ପ୍ରେମଜନିତ ମୃତ୍ୟୁ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଥିବା ସୁକ୍‌ମା ଏସ୍‌ପି କୋଏଲ ଧ୍ରୁବ କହିଛନ୍ତି।