Categories: ଜାତୀୟ

ଆତଙ୍କବାଦୀଙ୍କ ଗୁଳିରେ ଯବାନ ଶହୀଦ

ଶ୍ରୀନଗର,୫।୪: ଆତଙ୍କବାଦୀଙ୍କ ଆକ୍ରମଣରେ ସୋମବାର ଜମ୍ମୁ-କଶ୍ମୀରର ଶ୍ରୀନଗରରେ ଜଣେ ସିଆର୍‌ପିଏଫ୍‌ ଯବାନ ଶହୀଦ ହୋଇଛନ୍ତି। ଅନ୍ୟଜଣେ ଯବାନ ଆହତ ହୋଇଛନ୍ତି। ଆତଙ୍କବାଦୀ ଘଟଣା ସ୍ଥଳରୁ ଫେରାର୍‌ ହୋଇଯାଇଥିବାବେଳେ ସ୍ଥାନୀୟ ପୋଲିସ ପ୍ରଶାସନ ଓ ସେନା ମିଳିତ ଭାବେ ସର୍ଚ୍ଚ ଅପରେଶନ୍‌ ଜାରି ରଖିଛି। ସେହିପରି ଶୋପିଆନ୍‌ ଜିଲା ଅନ୍ତର୍ଗତ ଚୋଟୋଗାମ୍‌ ଅଞ୍ଚଳରେ ଦୋକାନ କରିଥିବା ଜଣେ କଶ୍ମୀରୀ ପଣ୍ଡିତଙ୍କୁ ସୋମବାର ସନ୍ଧ୍ୟାରେ ଆତଙ୍କବାଦୀମାନେ ଗୁଳି କରିଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ଶ୍ରୀନଗରସ୍ଥିତ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୁଲ୍‌ଓ୍ବାମାରେ ୪ ବାହାର ଶ୍ରମିକ ଏବଂ ଶ୍ରୀନଗରରେ ୨ ସିଆର୍‌ପିଏଫ୍‌ ଯବାନଙ୍କ ସମେତ ୨୪ ଘଣ୍ଟା ମଧ୍ୟରେ ୭ ଜଣଙ୍କୁ ଗୁଳି କରାଗଲାଣି।

Share