Categories: ଜାତୀୟ

ନକ୍ସଲଙ୍କ ସହ ଏନକାଉଣ୍ଟରରେ ସିଆର୍‌ପିଏଫ୍‌ ଅଧିକାରୀ ଶହୀଦ

ସୁକମା,୧୭।୧୨: ଛତିଶଗଡର ନକ୍ସଲ ପ୍ରଭାବିତ ସୁକମା ଜିଲାରେ ରବିବାର ନକ୍ସଲଙ୍କ ସହ ହୋଇଥିବା ଏନକାଉଣ୍ଟରରେ ଜଣେ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆର୍‌ପିଏଫ୍‌) ଅଧିକାରୀ ଶହୀଦ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି। ପୋଲିସ ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ପୋଲିସର ଅଧିକାରୀ କହିଛନ୍ତି, ଜିଲାର ଜଗରଗୁଣ୍ଡା ପୋଲିସ ଷ୍ଟେଷନ ଅଞ୍ଚଳରେ ନକ୍ସଲମାନଙ୍କ ସହ ହୋଇଥିବା ଏନକାଉଣ୍ଟରରେ ସିଆର୍‌ପିଏଫ୍‌ର ୧୬୫ତମ ବାଟାଲିୟନର ସବ ଇନ୍ସପେକ୍ଟର ସୁଧାକର ରେଡ୍ଡୀ ଶହୀଦ ହୋଇଥିଲେ ଏବଂ କନଷ୍ଟେବଳ ରାମୁ ଗୁଳିରେ ଆହତ ହୋଇଥିଲେ।
ଆହତ ସୈନିକଙ୍କୁ ପ୍ରାଥମିକ ଚିକିତ୍ସା ପରେ ହେଲିକପ୍ଟର ଯୋଗେ ରାୟପୁର ହସ୍ପିଟାଲକୁ ପଠାଯାଉଛି। ଏବେ ଏହି ଅଞ୍ଚଳରେ ନକ୍ସଲମାନଙ୍କ ବିରୋଧରେ ଅପରେଶନ ଚାଲିଛି।

Share