Categories: ଜାତୀୟ

ରାହୁଲଙ୍କ ସୁରକ୍ଷା ନେଇ ସିଆରପିଏଫର ଜବାବ, ସେ ନିଜେ କରୁଛନ୍ତି ବ୍ୟବସ୍ଥାର ଉଲ୍ଲଂଘନ,୨୦୨୦ ଠାରୁ ୧୧୩ ଥର…

ନୂଆଦିଲ୍ଲୀ,୨୯।୧୨ : ଭାରତ ଯୋଡୋ ଯାତ୍ରା ସମୟରେ ରାହୁଲ ଗାନ୍ଧୀଙ୍କ ସୁରକ୍ଷାକୁ ନେଇ କଂଗ୍ରେସ ପ୍ରସଙ୍ଗ ଉଠାଇଛି। ଗୋଟିଏ ଦିନ ପୂର୍ବରୁ ଦଳର ନେତା କେସି ଭେନୁଗୋପାଲ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଚିଠି ଲେଖି ସୁରକ୍ଷା ଅଭାବ ଅଭିଯୋଗ କରିଛନ୍ତି। ବର୍ତ୍ତମାନ ଏନେଇ  ସିଆରପିଏଫର ଜବାବ ଆସିଛି। ସିଆରପିଏଫ କହିଛି ଯେ ରାହୁଲ ଗାନ୍ଧୀଙ୍କ ସୁରକ୍ଷା ସମ୍ପର୍କିତ ନିର୍ଦ୍ଦେଶାବଳୀ ନିଜେ ରାହୁଲ ଭାଙ୍ଗୁଛନ୍ତି। ସମୟ ସମୟରେ ଏହି ନିୟମ ଉଲ୍ଲଂଘନ ବିଷୟରେ ରାହୁଲଙ୍କୁ ଅବଗତ ମଧ୍ୟ କରାଯାଇଛି।

ସିଆରପିଏଫ କହିଛି ଯେ ରାହୁଲ ଗାନ୍ଧୀ ୨୦୨୦ ଠାରୁ ୧୧୩ ଥର ସୁରକ୍ଷା ନିୟମ ଉଲ୍ଲଂଘନ କରିଛନ୍ତି। ତାଙ୍କୁ ପ୍ରତ୍ୟେକ ଥର ଏହି ବିଷୟରେ ଅବଗତ କରାଯାଇଥିଲା। ଭାରତ ଯୋଡୋ ଯାତ୍ରାରେ ଦିଲ୍ଲୀ ମଧ୍ୟ ତାଙ୍କ ସହ ଆସୁଥିବା ଯାତ୍ରୀମାନେ ସୁରକ୍ଷା ନିୟମ ଉଲ୍ଲଂଘନ କରିଛନ୍ତି। ସିଆରପିଏଫ ପୃଥକ ଭାବରେ ଏହି ସମସ୍ୟାର ମୁକାବିଲା କରିବ।

ସିଆରପିଏଫ ଅନୁଯାୟୀ ରାହୁଲଙ୍କ ପାଇଁ ସମସ୍ତ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏହା ଉଲ୍ଲେଖ କରିବା ଜରୁରୀ ଯେ ଯେତେବେଳେ ବି ଜଣେ ସୁରକ୍ଷା ପ୍ରାପ୍ତ ବ୍ୟକ୍ତିଙ୍କୁ ଗସ୍ତ ହୋଇଥାଏ, ତାଙ୍କ ସୁରକ୍ଷା ପାଇଁ ପ୍ରସ୍ତୁତି ରାଜ୍ୟ ପୋଲିସ ଏବଂ ସୁରକ୍ଷା ଏଜେନ୍ସିର ସହଯୋଗରେ ସିଆରପିଏଫ ଦ୍ୱାରା କରାଯାଇଥାଏ। ସିଆରପିଏଫ ଦ୍ୱାରା ୨୪ ଡିସେମ୍ବର ଦିନ ଭାରତ ଯୋଡୋ ଯାତ୍ରାର ଦିଲ୍ଲୀ ପଦଯାତ୍ରା ପାଇଁ ପ୍ରସ୍ତୁତି କରାଯାଇଥିଲା। ସମସ୍ତ ସୁରକ୍ଷା ନିର୍ଦ୍ଦେଶାବଳୀ ପାଳନ କରାଯାଇଥିଲା ଏବଂ ଦିଲ୍ଲୀ ପୋଲିସ ଦ୍ୱାରା ଆବଶ୍ୟକ ସୁରକ୍ଷାକର୍ମୀ ଯୋଗାଇ ଦିଆ ଯାଇଥିଲା।

Share