Categories: ବାଣିଜ୍ୟ

୩ ବର୍ଷର ରେକର୍ଡ ସ୍ତରରେ ଅଶୋଧିତ ତୈଳ

ନୂଆଦିଲ୍ଲୀ,୨୭।୯: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ପୁଣି ଥରେ ବଢ଼ିଚାଲିଛି। ଶନିବାର ବ୍ୟାରେଲ ପିଛା ଏହାର ଦର ୭୮.୯୫ ଡଲାର ଛୁଇଁଛି। ଏହା ୩ ବର୍ଷର ରେକର୍ଡ ଉଚ୍ଚ ସ୍ତର। ଏହା ପୂର୍ବରୁ ଅକ୍ଟୋବର ୨୦୧୮ରେ ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୭୮.୨୪ ଡଲାର ଛୁଇଁଥିଲା। ପେଟ୍ରୋଲ ଡିଜେଲ ଦର ଉପରେ ଏହାର ପ୍ରଭାବ ତ୍ୱରିତ ଭିତ୍ତିରେ ପଡ଼ିଥିବା ଜଣାପଡିଛି। ରବିବାର ଭାରତରେ ଡିଜେଲ ୨୮ ପଇସା ବଢ଼ିଛି। ଗତ ଗୋଟିଏ ମାସରେ ଅଶୋଧିତ ତେଲ ଦର ୧୧% ମହଙ୍ଗା ହୋଇଥିବା ଜଣାପଡ଼ିଛି। ବିଶ୍ୱରେ କରୋନା ମାମଲା କମୁଥିବା ବେଳେ ଟିକାକରଣ ବଢ଼ୁଛି। ଆର୍ଥତ୍କ କାର୍ଯ୍ୟକଳାପରେ ଉନ୍ନତି ଆସିବା ଯୋଗୁ ତେଲ ଚାହିଦା ବଢ଼ୁଥିବା ବଜାର ବିଶେଷଜ୍ଞ କହିଛନ୍ତି। ଆଗାମୀ ଦିନଗୁଡିକରେ ପେଟ୍ରୋଲ ଏବଂ ଡିଜେଲ ଦର ୩ ଟଙ୍କା ବଢ଼ିବ ବୋଲି ବିଶେଷଜ୍ଞ କହିଛନ୍ତି। ଚଳିତ ବର୍ଷ ଅଦ୍ୟାବଧି ପେଟ୍ରୋଲ ୧୭.୨୨ ଟଙ୍କା ଏବଂ ଡିଜେଲ ୧୪.୭୦ ଟଙ୍କା ମହଙ୍ଗା ହୋଇଥିବା ଜଣାପଡ଼ିଛି।

Share