ବୃଦ୍ଧି ପାଉଛି ଅଶୋଧିତ ତୈଳ ଦର

ନୂଆଦିଲ୍ଲୀ,୧୦ା୫ ଗତ କିଛି ଦିନର ବିରତି ପରେ ପୁଣି ଥରେ ଅଶୋଧିତ ତୈଳ ଦର ଉଚ୍ଚ ପରିମାଣରେ ବୃଦ୍ଧି ପାଉଛି। ଏପରିକି ଅନ୍ତଃରାଷ୍ଟ୍ରୀୟ ବଜାରରେ ହୁ ହୁ ହୋଇ ତୈଳ ଦର ବଢୁଥିବା ଜଣାପଡିଛି। କ୍ରମାଗତ ୩ୟ ଦିନ ଲାଗି ଅଶୋଧିତ ତୈଳ ଦର ବୃଦ୍ଧି ପାଇଛି। ସୋମବାର ଅଶୋଧିତ ତୈଳ ମୂଲ୍ୟ ୧୦% ବୃଦ୍ଧି ପାଇଥିବା ସୂଚନା ମିଳିଛି। ଏହି ଦରବୃଦ୍ଧି କାରଣରୁ ଅନ୍ତଃରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୧୩.୪୬ ଡଲାରରେ ରହିଛି। ଫଳରେ କ୍ରମାଗତ ଭାବେ ବୃଦ୍ଧି ପାଉଥିବା ଅଶୋଧିତ ତୈଳ ମୂଲ୍ୟର ପ୍ରଭାବ ଭାରତୀୟ ବଜାର ଉପରେ ମଧ୍ୟ ପଡିପାରେ ବୋଲି ବଜାର ବିଶେଷଜ୍ଞମାନେ ଆକଳନ କରୁଛନ୍ତି। ଶେଷ ଥର ପାଇଁ ଏପ୍ରିଲ ୬ରେ ଉଭୟ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ଲିଟର ପିଛା ୮୦ ପଇସା ବୃଦ୍ଧି ପାଇଥିଲା। ହେଲେ ଭାରତ ବଜାରରେ ଉଭୟ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ପୂର୍ବ ପରି ସ୍ଥିର ରହିଛି। ଗତ ୩୩ ଦିନ ହେବ ତୈଳ ଦରରେ କୌଣସି ପରିବର୍ତ୍ତନ ହୋଇନଥିବା ଜଣାପଡିଛି। ଗତ ମାସ ୭ ତାରିଖରୁ ପେଟ୍ରୋଲ-ଡିଜେଲ ଦର ସ୍ଥିର ରହିଛି। ଇଣ୍ଡିଆନ ଅଏଲର ସୂଚନା ଅନୁସାରେ ଦେଶର ପ୍ରମୁଖ ସହର ମୁମ୍ବାଇରେ ପେଟ୍ରୋଲ ଦର ସର୍ବାଧିକ ୧୨୦.୫୧ ଟଙ୍କା ଥିବାବେଳେ ଡିଜେଲ ୧୦୪.୭୭ ଟଙ୍କା ରହିଛି। ସେହିପରି ଓଡିଶାରେ ପେଟ୍ରୋଲ ଦର ୧୧୨.୫୦ ଟଙ୍କା ରହିଥିବାବେଳେ ଡିଜେଲ ଦର ୧୦୨.୨୪ ଟଙ୍କା ରହିଛି। ଅପରପକ୍ଷରେ ଦେଶର ପ୍ରାୟ ସବୁ ରାଜ୍ୟରେ ପେଟ୍ରୋଲ ଦର ୧୦୦ଟଙ୍କା ଉପରେ ରହିଛି। ମୁମ୍ବାଇ ବ୍ୟତୀତ ରାଜସ୍ଥାନର ଶ୍ରୀଗଙ୍ଗାନଗର ଓ ମଧ୍ୟ ପ୍ରଦେଶର ବାଲାଘାଟରେ ପେଟ୍ରୋଲ ୧୨୦ ଟଙ୍କା ଉପରେ ରହିଛି। ଅପରପକ୍ଷରେ ତୈଳ ଦର ହ୍ରାସ ନେଇ ନିକଟରେ ପ୍ରଧାନମନ୍ତ୍ରୀ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀଙ୍କୁ ନିଜ ନିଜ ରାଜ୍ୟର ତୈଳ ଟିକସ ହ୍ରାସ କରିବା ନେଇ ମଧ୍ୟ ଆହ୍ବାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରାହକଙ୍କ ଚାହିଦାରେ ହସ୍ତଶିଳ୍ପ ସାମଗ୍ରୀ

ଭୁବନେଶ୍ୱର,୨୩।୧୨: ଆଉ କିଛି ଦିନ ପରେ ଇଂରାଜୀ ନବ ବର୍ଷ ସାଙ୍ଗକୁ ଶୁଭ କାର୍ଯ୍ୟ (ଗୃହ ପ୍ରବେଶ)ର ଆଗମନ ଉପଲକ୍ଷେ ଗ୍ରାହକ ଘର ସାଜସଜ୍ଜା ପାଇଁ ଆକର୍ଷଣୀୟ...

ଜିନ୍ଦଲ ଷ୍ଟେନ୍‌ଲେସ୍‌କୁ ସୋର୍ଡ ଅଫ୍‌ ଅନର ପୁରସ୍କାର

ନୂଆଦିଲ୍ଲୀ,୨୩।୧୨: ଜିନ୍ଦଲ ଷ୍ଟେନ୍‌ଲେସ ଲିମିଟେଡ (ଜେଏସ୍‌ଏଲ୍‌)କୁ ନିକଟରେ ଆଉ ଏକ ଅନ୍ତଃରାଷ୍ଟ୍ରୀୟ ସମ୍ମାନ ଓ ସ୍ବୀକୃତି ‘ସୋର୍ଡ ଅଫ୍‌ ଅନର’ ମିଳିଛି। ଏପରିକି ଜେଏସ୍‌ଏଲ୍‌ର ହିସାର ୟୁନିଟକୁ...

୧.୪୬ ଲକ୍ଷ କୋଟିର ପୁଞ୍ଜିନିବେଶ

ଭୁବନେଶ୍ୱର,୨୩ା୧୨(ଅନୁରାଧା ମହାରଣା): କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟ ଦ୍ବାରା ୨୦୨୦ରୁ କାର୍ଯ୍ୟକାରୀ ହେଉଥିବା ପିଏଲଆଇ ଯୋଜନା ପୁଞ୍ଜି ନିବେଶ, ଉତ୍ପାଦନ ଏବଂ ନିଯୁକ୍ତି ସୃଷ୍ଟି କ୍ଷେତ୍ରରେ...

ଓଏସିସ୍‌ ଫର୍ଟିଲିଟିର ନୂଆ ମାଇଲଖୁଣ୍ଟ

ଭୁବନେଶ୍ୱର,୨୩।୧୨ (ଅଭୟ ଦାଶ): ବର୍ତ୍ତମାନର ବ୍ୟସ୍ତବହୁଳ ସମୟ ମଧ୍ୟରେ ପ୍ରଜନନ ଜନିତ ସମସ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏପରିକି ପ୍ରଜନନ ଚିକିତ୍ସା ଏବଂ ଯତ୍ନ...

ଲାଇଫ୍‌ ଷ୍ଟାଇଲର ସେଲ୍‌ ଅଫ୍‌ ଦି ସିଜନ

ନୂଆଦିଲ୍ଲୀ,୨୧।୧୨: ଲାଇଫ୍‌ ଷ୍ଟାଇଲର ବହୁ ପ୍ରତୀକ୍ଷିତ ବିକ୍ରୟ ଅଫର ‘ସେଲ୍‌ ଅଫ୍‌ ଦି ସିଜନ’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ଏହି ସ୍ବତନ୍ତ୍ର ବିକ୍ରୟ ଅଫର...

ବିଆଇଏସ୍‌ର ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଭୁବନେଶ୍ୱର,୨୧ା୧୨(ଅନୁରାଧା ମହାରଣା): ବ୍ୟୁରୋ ଅଫ୍‌ ଇଣ୍ଡିଆନ୍‌ ଷ୍ଟାଣ୍ଡାର୍ଡ(ବିଆଇଏସ୍‌)ର ୨ଦିନିଆ ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ‘ମାନକ ମାଧ୍ୟମରେ ବିଜ୍ଞାନ ଶିକ୍ଷା’ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରଠାରେ ଆୟୋଜିତ...

ଓରେରାର ନୂତନ ୱେବ୍‌ସାଇଟ୍‌ ଉନ୍ମୋଚିତ

ଭୁବନେଶ୍ୱର,୨୧।୧୨ (ଅଭୟ ଦାଶ): ଓଡ଼ିଶା ରିଅଲ ଇଷ୍ଟେଟ୍‌ ରେଗୁଲେଟୋରି ଅଥରିଟି (ଓରେରା)ର ନୂତନ ୱେବ୍‌ସାଇଟ୍‌ https://rera.odisha.gov.in ନିକଟରେ ଉନ୍ମୋଚିତ ହୋଇଯାଇଛି। ଏପରିକି ଓରେରା ସଂସ୍କରଣ ୨.୦ର...

ନିବେଶକ ହରାଇଲେ ୧୮ ଲକ୍ଷ କୋଟିରୁ ଅଧିକ

ମୁମ୍ବାଇ,୨୧।୧୨: ଅନ୍ତଃରାଷ୍ଟ୍ରୀୟ ଘଟଣାବଳୀ ଏବଂ ୟୁଏସ୍‌ ଫେଡେରାଲର ସୁଧହାର ହ୍ରାସର ପ୍ରଭାବ ସିଧାସଳଖ ଭାରତୀୟ ଷ୍ଟକ୍‌ ମାକେର୍ଟ କାରବାରରେ ଦେଖିବାକୁ ମିଳୁଛି। ଏପରିକି ଭାରତୀୟ ଟଙ୍କାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri