ମୁମ୍ବାଇ,୩।୩: ରୁଷିଆର ୟୁକ୍ରେନ୍ ଉପରେ ଆକ୍ରମଣର ପ୍ରଭାବ ତୈଳ ବଜାର ଉପରେ ପଡିଛି। ଫଳରେ ବୁଧବାର ଅଶୋଧିତ ତୈଳ ଦର ପୁଣି ଥରେ ବଢିଛି। ଅପରପକ୍ଷରେ ବ୍ରେଣ୍ଟ ଅଶୋଧିତ ଫ୍ୟୁଚର ମୂଲ୍ୟ ୮ ଡଲାରରୁ ଅଧିକ ବୃଦ୍ଧି ପାଇ ବ୍ୟାରେଲ ପିଛା ୧୧୩.୦୨ ଡଲାର ଛୁଇଁଛି। ୨୦୧୪ ଜୁନ୍ଠାରୁ ଏହା ସର୍ବାଧିକ ରହିଛି। ଏହି ସମୟରେ ଏହାର ମୂଲ୍ୟ ୧୧୧.୫୩ ଡଲାରରେ ରହିଥିଲା।