Categories: ରାଜ୍ୟ

ନିଷ୍ଠୁର ହେଲା ମା’

ଆନନ୍ଦପୁର,୧୩। ୭(ସ୍ବ.ପ୍ର.)- ପାରିବାରିକ କଳହର କରୁଣ ପରିଣତି। ନିଷ୍ଠୁର ହେଲେ ମା’। ୫ ବର୍ଷର ଶିଶୁ ପୁତ୍ରକୁ ତଣ୍ଟି ଚିପି ହତ୍ୟା କରିବା ପରେ ନିଜେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମରେ। ପରିବାର ଲୋକେ ଗୁରୁତର ଅବସ୍ଥାରେ ମା’ ଓ ପୁଅଙ୍କୁ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଶିଶୁ ପୁତ୍ରକୁ ଡାକ୍ତର ମୃତ ଘୋଷଣା କରିଥିବାବେଳେ ମା’ ମୋନାଲିସା ପ୍ରଧାନ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି।
ପ୍ରକାଶ ଯେ, ଶାଶୁ ଘର ଲୋକଙ୍କ ସହ ମୋନାଲିସାଙ୍କ ଝଗଡ଼ା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ପୁଅର ତଣ୍ଟି ଚିପି ମାରିଦେବା ସହ ମୋନାଲିସା ବିଷ ପିଇ ଦେଇଥିବା ତାଙ୍କ ସ୍ବାମୀ କହିଛନ୍ତି। ଏସଂକ୍ରାନ୍ତରେ ନନ୍ଦିପଦା ଥାନା ଅଧିକାରୀ ମଦନ ମୋହନ ନାୟକଙ୍କୁ ପଚାରିବାରୁ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବା ବେଳେ ପୋଲିସ ମେଡିକାଲକୁ ଯାଇ ତଦନ୍ତ କରିବ ବୋଲି କହିଛନ୍ତି।

Share