ପ୍ୟାଙ୍ଗ୍ୟାଙ୍ଗ୍,୨୮।୧୦: ଉତ୍ତର କୋରିଆରେ ଖାଦ୍ୟ ସଙ୍କଟ ଗଙ୍ଗୀର ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ଲୋକଙ୍କୁ କମ ଖାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। କିମ ଜୋଙ୍ଗ ଦେଶବାସୀଙ୍କୁ ୨୦୨୫ ପର୍ଯ୍ୟନ୍ତ କମ ଖାଦ୍ୟ ଖାଇବାକୁ କହିଛନ୍ତି। ଏହାଦ୍ୱାରା ଦେଶ ଖାଦ୍ୟ ସଙ୍କଟରୁ ବାହାରିପାରିବ ବୋଲି ସେ କହିଛନ୍ତି।
ଦୀର୍ଘ ଦିନ ଧରି ଉତ୍ତର କୋରିଆରେ ଖାଦ୍ୟ ସଙ୍କଟ ଦେଖାଦେଇଛି। ଏଠାରେ ରହୁଥିବା ଲୋକଙ୍କ ତୁଳନାରେ ଖାଦ୍ୟ ଏବଂ ପାନୀୟ ଯୋଗାଣ ବହୁତ କମ ରହିଛି। ଫଳସ୍ବରୂପ ଖାଦ୍ୟ ସାମଗ୍ରୀର ମୂଲ୍ୟ ଆକାଶକୁ ଛୁଆଁ ହୋଇଛି।
ଲକ୍ଡାଉନ୍, କରୋନା ମହାମାରୀ ଏବଂ ଗତ ବର୍ଷର ଝଡ ଯୋଗୁ ଉତ୍ତର କୋରିଆରେ ଖାଦ୍ୟ ଅଭାବ ବୃଦ୍ଧି ପାଇଛି। କିମ ଜୋଙ୍ଗ ଉନ ନିକଟରେ ପ୍ରବଳ ବର୍ଷା ଦ୍ୱାରା ପ୍ରଭାବିତ ଅଞ୍ଚଳରେ ରିଲିଫ କାର୍ଯ୍ୟ କରିବା ପାଇଁ ସେନାଙ୍କୁ ନିର୍ଦ୍ଦେଶ ଦେଇଥିଲେ। କିମ ସ୍ବୀକାର କରିଛନ୍ତି ଯେ ବର୍ତ୍ତମାନ ଦେଶ ଏକ ଖରାପ ଅବସ୍ଥାରେ ଅଛି।