ନୃସଂଶ ପୁଅ: ଘରେ ବାପାଙ୍କୁ ହାଣି ହତ୍ୟା କଲେ

ବିଷମକଟକ, ୧।୨: ପାରିବାରିକ କଳହରୁ ଅତିଷ୍ଠ ହୋଇ ଜଣେ ନାବାଳକ ଟାଙ୍ଗିଆରେ ବାପାଙ୍କୁ ହାଣି ହତ୍ୟା କରିଛନ୍ତି। ଏହି ଘଟଣା ଘଟିଛି ରାୟଗଡ଼ା ଜିଲା ବିଷମକଟକ ଥାନା ଅଞ୍ଚଳରେ। ସୂଚନା ଯୋଗ୍ୟ, ରବିବାର ବିଳମ୍ବିତ ରାତିରେ ବାପ-ପୁଅଙ୍କ ମଧ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା। ଏଥିରେ ନାବାଳକ ପୁଅ ଉତ୍ତ୍ୟକ୍ତ ହୋଇ ବାପାଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ପରେ ନାବାଳକ ଫେରାର ହୋଇଯାଇଥିଲେ। ସୋମବାର ସକାଳେ ଗ୍ରାମବାସୀ ଘଟଣା ସମ୍ପର୍କରେ ପୋଲିସକୁ ଜଣାଇଥିଲେ। ଖବର ପାଇ ବିଷମକଟକ ଥାନା ଅଧିକାରୀ ଯଶୋବନ୍ତ ହିଆଲ ପହଞ୍ଚତ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ପୋଲିସ ନାବାଳକଙ୍କୁ ଖୋଜାଖୋଜି କରିଥିଲା। ସୋମବାର ସନ୍ଧ୍ୟାରେ ପୋଲିସ ଗାଁ ନିକଟସ୍ଥ ଜଙ୍ଗଲରୁ ନାବାଳକଙ୍କୁ ଧରି ଥାନାକୁ ଆଣି ପଚରାଉଚୁରା କରୁଛି।

Share