କ୍ରୁଟ୍‌ ଶ୍ରେଷ୍ଠ ଏସ୍‌ପିଭି

ଭୁବନେଶ୍ୱର,୨୭।୩ (ବ୍ୟୁରୋ): ସିଟି ବସ୍‌ ସେବା ଯୋଗାଉଥିବା ‘ମୋ ବସ୍‌’କୁ ପୁଣିଥରେ ଶୀର୍ଷ ପୁରସ୍କାର ମିଳିଛି। ଏହାର ପରିଚାଳନା କରୁଥିବା କ୍ୟାପିଟାଲ୍‌ ରିଜିଅନ୍‌ ଅର୍ବାନ୍‌ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ଦେଶରେ ଶ୍ରେଷ୍ଠ ସ୍ମାର୍ଟ ବିଶେଷ ପ୍ରୟୋଜନ ମାଧ୍ୟମ ସଂସ୍ଥା (ଏସ୍‌ପିଭି) ଭାବେ ପୁରସ୍କୃତ ହୋଇଛି। ଶୁକ୍ରବାର ଦିଲ୍ଲୀର ପ୍ରଗତି ମଇଦାନରେ ଷଷ୍ଠ ସ୍ମାର୍ଟ ସିଟି ଇଣ୍ଡିଆ ଆୱାର୍ଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଭାରତ ବ୍ୟାପାର ସମ୍ବର୍ଦ୍ଧନ ସଂଗଠନ ପକ୍ଷରୁ ପ୍ରତିବର୍ଷ ଏହି ପୁରସ୍କାର ଦିଆଯାଉଛି। ଆଞ୍ଚଳିକ ପରିବହନ କ୍ଷେତ୍ରରେ ଗତ ୨ ବର୍ଷ ମଧ୍ୟରେ କ୍ରୁଟ୍‌ ଭଲ ସେବା ପ୍ରଦାନ କରିଥିବାରୁ ଏହି ପୁରସ୍କାର ପ୍ରଦାନ କରାଯାଇଛଇ। କ୍ରୁଟ୍‌ର ମହାପ୍ରବନ୍ଧକ ଦିପ୍ତୀ ମହାପାତ୍ର ଏହି ପୁରସ୍କାର ଗ୍ରହଣ କରିଥିଲେ। ନିକଟରେ କୋଭିଡ୍‌ ସମୟରେ ଭଲ ସେବା ପାଇଁ କ୍ରୁଟ୍‌କୁ ୟୁଏମ୍‌ଆଇ ପୁରସ୍କାର ମିଳିଥିଲା। କ୍ରୁଟ୍‌ର ଏମ୍‌ଡି ଅରୁଣ ବୋଥ୍ରା ଏହି ସଫଳତା ପାଇଁ ପ୍ରତ୍ୟେକ ଗାଇଡ୍‌, କ୍ୟାପଟେନ୍‌ ଓ ଅପରେଶନ ଟିମ୍‌କୁ ଅଭିନନ୍ଦନ ଜଣାଇଛନ୍ତି।

Share