Categories: ଜାତୀୟ

କ୍ରୁଜ ଡ୍ରଗ୍ସ ମାମାଲା: ନୱାବଙ୍କ ଚିଠା ଖୋଲିବେ ଅରାଫତ

ମୁ୍‌ମ୍ବାଇ,୧୨ ।୧୧: କ୍ରୁଜ ଡ୍ରଗ୍ସ ମାମଲା ବେଳକୁ ବେଳ ନୂଆ ମୋଡ ନେଉଛି । ଏବେ ମହାରାଷ୍ଟ୍ରର ଭାରତୀୟ ଜନତା ପାର୍ଟି(ଭାଜପା) ନେତା ହାଜି ଅରାଫତ ଶେଖ ଶୁକ୍ରବାର ଦିନ ୩ଟାରେ ଏହାକୁ ନେଇ ଏକ ଖବରଦାତା ସମ୍ମିଳନୀ ଡାକିଛନ୍ତି । ଏଥିରେ ସେ ଏନ୍‌ସିପି ନେତା ତଥା ମହାରାଷ୍ଟ୍ରର ମନ୍ତ୍ରୀ ନୱାବ ମଲିକଙ୍କ କଞ୍ଚା ଚିଠା ଖୋଲିବେ ବୋଲି କହିଛନ୍ତି । ମୁମ୍ବାଇର କ୍ରୁଜ ଡ୍ରଗ୍ସ ମାମଲାରେ ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ ନୱାବ ମଲିକ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାଜପା ନେତା ଦେବେନ୍ଦ୍ର ଫଡନବିଶଙ୍କ ମଧ୍ୟରେ ଟଣାଭିଡା ବା ଆରୋପ ପ୍ରତ୍ୟାରୋପ ଜାରି ରହିଛି । ବୁଧବାର ପୁଣିଥରେ ନୱାବ ମଲିକ ଫଡନବିଶଙ୍କୁ ଦୋଷ ଦେଇଥିବାରୁ ଏହାକୁ ନେଇ ହାଜି ଆଫତ ନୱାବଙ୍କୁ ପାଲଟା ଜବାବ ଦେଇଛନ୍ତି । ସେ କହିଛନ୍ତି ନୱାବ ମଲିକ ଫିଲ୍ମ ଆରମ୍ଭ କରିଛନ୍ତି ହେଲେ ଏହାକୁ ଆମେ ଶେଷ କରିବୁ । ସେ ଆହୁରି ମଧ୍ୟ କହିଛନ୍ତି ନୱାବ ମଲିକଙ୍କ ମାନସିକ ସ୍ଥିତି ବିଗିଡି ଯାଇଛି । ତାଙ୍କୁ ତୁରନ୍ତ ମାନସିକ ରୋଗର ଚିକିତ୍ସା ଆବଶ୍ୟକ । ସୂଚନାଯୋଗ୍ୟ, ନୱାବ ମଲିକ ଦେବେନ୍ଦ୍ର ଫଡନବିଶ ଓ ହାଜି ଅରାଫତଙ୍କ ସାନ ଭାଇ ଜାଲ ନୋଟ କାରବାରରେ ସମ୍ପୃକ୍ତ ଥିବା କହିବା ପରେ ଏବେ ଏହାକୁ ନେଇ ହାଜି ଅରାଫତ ନୱାବଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ମୋ ପାଖରେ ବୋମା ନାହିଁ ହେଲେ ମୁଁ ନୱାବଙ୍କ କଞ୍ଚା ଚିଠା ଖୋଲିବି ।

Share