ଡ୍ରଗ୍ସ ମାମଲା: ଅକ୍ଟୋବର ୨୦ ପର୍ଯ୍ୟନ୍ତ ଜେଲରେ ରହିବେ ଆର୍ଯ୍ୟନ

ମମ୍ବାଇ,୧୪ ।୧୦: କ୍ରୁଜ ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ବଲିଉଡ୍ ବାଦଶାହା ଶାହାରୁଖ ଖାଁଙ୍କ ପୁଅ ଆର୍ଯ୍ୟନ ଖାଁଙ୍କୁ ୨୦ ଅକ୍ଟୋବର ପର୍ଯ୍ୟନ୍ତ ଜେଲରେ ରହିବାକୁ ପଡିବ । ଗୁରୁବାର ସେସନ୍ସ କୋର୍ଟ ଜାମିନ ଆବେଦନର ଳମ୍ବା ଶୁଣାଣି ପରେ ରାୟକୁ ସଂରକ୍ଷିତ ରଖିଛନ୍ତି । ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି) ଆର୍ଯ୍ୟନ ଖାଁଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କୁ ୨ ଅକ୍ଟୋବରରେ ଧରିଥିବା ବେଳେ ପଚରା ଉଚରା ପରେ ସେମାନଙ୍କୁ ଗିରଫ କରାଯାଇଥିଲା । ଏମାନେ ଏବେ ଆର୍ଥର ରୋଡ ଜେଲରେ ରହିଛନ୍ତି । ଶୁଣାଣି ସମୟରେ ଏନ୍‌ସିବିର ପକ୍ଷ ରଖିଥିବା ଅତିରିକ୍ତ ସଲିସିଟର ଜେନରାଲ ଅନିଲ ସିଂ କହିଥିଲେ ଯାଞ୍ଚର ଆରମ୍ଭରୁ ଅଭିଯୁକ୍ତଙ୍କର ଇଣ୍ଟରନ୍ୟାଶନାଲ ଲିଙ୍କ ସାମ୍ନାକୁ ଆସିଥିଲା । ଏମାନେ ସମସ୍ତେ ପରସ୍ପର ସହ କନେକଟେଡ । ଏହାକୁ ନେଇ ହ୍ୱାଟସ୍ ଆପ ଚାର୍ଟ ଓ ଅନ୍ୟ ପ୍ରମାଣ ଥିବା କହିଛନ୍ତି ଅତିରିକ୍ତ ସଲିସିଟର ଜେନରାଲ । ଅନିଲ ସିଂ ଆହୁରି ମଧ୍ୟ କହିଛନ୍ତି ଆର୍ଯ୍ୟନ ଖାଁଙ୍କୁ ନେଇ ଯେଉଁ ବୟାନ ଆସିଛି ସେଥିରୁ ସ୍ପଷ୍ଟ ହେଉଛି କି ସେ କିଛି ବର୍ଷ ହେବ ଡ୍ରଗ୍ସ ସେବନ କରୁଛନ୍ତି । ଅରବାଜଙ୍କ ପାଖରୁ ଯେଉଁ ଡ୍ରଗ୍ସ ମିଳିଲା ତାକୁ ଆର୍ଯ୍ୟନ ନେବାର ଥିଲା । ଏଥିରୁ ସ୍ପଷ୍ଟ ହୋଇଛି ଯେ ଉଭୟ ଡ୍ରଗ୍ସ ସେବନ କରିବାର ଥିଲା ।

Share