ଭୁଶୁଡ଼ିବ ମାଛକାନ୍ଦଣା ପୋଲ

କେନ୍ଦୁଝର,୩ା୧୧(ସ୍ବ.ପ୍ର.)-ଖଣି ଓ ଶିଳ୍ପ ସମୃଦ୍ଧ କେନ୍ଦୁଝର ଜିଲାର ବିକାଶ ପାଇଁ ବହୁ ଯୋଜନା କାର୍ଯ୍ୟକାରୀ ହେଉଥିଲେ ହେଁ ମରାମତି ଅଭାବରୁ ବହୁ ରାସ୍ତାଘାଟ ତଥା ପୋଲ ଅସୁରକ୍ଷିତ ହୋଇ ରହିଛି ା ଏହି ସବୁ ରାସ୍ତା ଓ ପୋଲର ମରାମତି ନେଇ ପ୍ରଶାସନ କିମ୍ବା କମ୍ପାନୀଗୁଡ଼ିକ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉ ନ ଥିବାରୁ ଅସନ୍ତୋଷ ବଢୁଛି। ୨୦ ନମ୍ବର ଜାତୀୟରାଜପଥକୁ ସଂଯୋଗ କରୁଥିବା ଗୋହାଲଡିହି ସାଇଡିଂ -ରତନପୁର ରାସ୍ତା ସାଇଡିଂକୁ ଲୁହାପଥର ବୋଝେଇ ଟ୍ରକ ଚଳାଚଳ କରୁଥିବାରୁ ରାସ୍ତାଟି ଭାଙ୍ଗି ବଡ ବଡ ଖାଲ ହୋଇ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି ା ସେହିପରି ମାଛକାନ୍ଦଣା ନଦୀ ଉପରେ ଥିବା ପୋଲ ଭାରିଯାନ ଚଳାଚଳ ଯୋଗୁ ବିପଦଶଙ୍କୁଳ ଅବସ୍ଥାରେ ରହିଛି। କେତେବେଳେ ଏହା ଭୁଶୁଡ଼ିପଡ଼ିବ ବୋଲି ଅଞ୍ଚଳବାସୀ କହିଛନ୍ତି। ବର୍ଷା ଦିନରେ ପୋଲ ଉପରେ ପାଣି ଚଳାଚଳ କରିଥାଏ ା ଫଳରେ ଯାତାୟତ ବନ୍ଦ ରହିଥାଏ। ଧୂଳିଧୂଆଁ ଯୋଗୁଁ ଲୋକଙ୍କ ଚାଷ ଜମି କ୍ଷତିଗ୍ରସ୍ତ ହେଉଥିବାବେଳେ ଜଳାଶୟ ପ୍ରଦୂଷିତ ହେଉଛି। ରାସ୍ତାରେ ଲୁହାପଥର ପଡି ରହିଥିବାରୁ ସାଇକେଲ, ବାଇକ କିମ୍ବା ପାଦରେ ଚାଲି ଯାତାୟାତ କରୁଥିବା ଲୋକ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ଏଣୁ ଏନେଇ ତୁରନ୍ତ ପ୍ରତିକାର କରା ନ ଗଲେ ବାଧ୍ୟ ହୋଇ କ୍ଷତିଗ୍ରସ୍ତ ଲୋକ ମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଢ଼ିଲା ମୁଖ୍ୟମନ୍ତ୍ରୀ ଆର୍ଥିକ କ୍ଷମତା: ଏଣିକି ୧୦୦ କୋଟି ଟଙ୍କା ପର୍ଯ୍ୟନ୍ତ ମଞ୍ଜୁରୀ କରିପାରିବେ, ମନ୍ତ୍ରୀ, ସଚିବଙ୍କ ହେଲା ସୁବିଧା

ଭୁବନେଶ୍ୱର,୧୧।୩: ନିର୍ଣ୍ଣୟ ଗ୍ରହଣକୁ ସୁବ୍ୟବସ୍ଥିତ କରିବା ଏବଂ ସ୍ୱଚ୍ଛତା ବୃଦ୍ଧି କରିବା ପାଇଁ ଓଡିଶା ସରକାର ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଏବଂ ବରିଷ୍ଠ ଅମଲାଙ୍କ ପାଇଁ ଆର୍ଥିକ...

ରାତି ଅଧରେ ୧୫୦ ଊର୍ଦ୍ଧ୍ୱ ମଇଁଷ ଗୋଠ ଯାଉଥିଲେ କୁଆଡେ, କାବୁକଲା ପୋଲିସ, ୬ ଅଟକ

ମୋରଡା,୧୧।୩(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବର୍ଷ ତମାମ ବେଆଇନ ଗୋ ଏବଂ ମଇଁଷି ଚାଲାଣ ହେଉଥାଏ। ସୋମବାର ବିଳମ୍ବିତ ରାତିରେ ମୋରଡ଼ା...

ଗୃହରେ ହାତାହାତି ହେଲେ ଜୟନାରାୟଣ, ତାରା

ଭୁବନେଶ୍ୱର,୧୧।୩: ଗୃହରେ ଜୟନାରାୟଣ ମିଶ୍ର ଓ ତାରା ବାହିନୀପତି ହାତାହାତି ହୋଇଛନ୍ତି। ବିଧାନସଭା ପ୍ରଶ୍ନୋତ୍ତର ଚାଲିଥିବା ବେଳେ ଦୁଇ ବିଧାୟକ ହାତାହାତି ହୋଇଛନ୍ତି। ପ୍ରଥମେ ମୋ...

ଆଜିଠୁ ଲକ୍ଷ୍ୟପତି ଦିଦିଙ୍କୁ ମିଳିବ ଟ୍ରେନିଂ

ଭୁବନେଶ୍ୱର,୧୧।୩ ଆଜିଠୁ ସମସ୍ତ ଜିଲାରେ ଲକ୍ଷପତି ଦିଦି’ କର୍ମଶାଳା ଆରମ୍ଭ ହୋଇଛି । ଏହି କର୍ମଶାଳାରେ ସମ୍ଭାବ୍ୟ ଲକ୍ଷପତି ଦିଦି’ଙ୍କୁ ପ୍ରଶିକ୍ଷଣ ଦିଆଯିବ। ଲକ୍ଷପତି ଦିଦି’ଙ୍କ...

ଗତ ୯ ମାସରେ ଏତିକି କୋଟି ଟଙ୍କା ଋଣ କରିଛନ୍ତି ମୋହନ ସରକାର, ବିଧାନସଭାରେ ରଖିଲେ ତଥ୍ୟ

ଭୁବନେଶ୍ୱର,୧୧।୩: ଗତ ୯ ମାସରେ ଓଡ଼ିଶାର ଭାଜପା ସରକାର ବିଭିନ୍ନ ଉତ୍ସରୁ ୨୧,୦୦୦ କୋଟି ଟଙ୍କାରୁ ଅଧିକ ଋଣ ସଂଗ୍ରହ କରିଛନ୍ତି। ମଙ୍ଗଳବାର ବିଧାନସଭାରେ ମୁଖ୍ୟମନ୍ତ୍ରୀ...

ଅଟୋକୁ ଧକ୍କାଦେଲା ବାଇକ୍‌ : ମେଡିକାଲରେ ଆଖିବୁଜିଲେ ଜଣେ, ମୃତ୍ୟୁସହ ସଙ୍ଗ୍ରାମ କରୁଛନ୍ତି…

ପଟ୍ଟାଙ୍ଗି,୧୧।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ମାଳିପୁଟ ଛକ ତଥା ଜାତୀୟ ରାଜପଥ ଉପରେ ଏକ ଅଟୋ ସହ ମୋଟର ସାଇକେଲ...

୩ ବର୍ଷର ପ୍ରେମ ପରେ ବିବାହ ବନ୍ଧନରେ ବାନ୍ଧିହେବେ ବିଜେଡି ନେତା ପ୍ରଦୀପ ମାଝି , ଜାଣନ୍ତୁ କେଉଁଠି ହୋଇଥିଲା ପ୍ରଥମ ଦେଖା 

ଭୁବନେଶ୍ୱର,୧୧।୩: ବଢ଼ଛି ବୟସ, ପଡ଼ୁଛି ହାତଗଣ୍ଠି । ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି ନେତା ଓ ବିଧାୟକ । ବର୍ତ୍ତମାନ ବିବାହକୁ ନେଇ ଓ ନେତା...

ଜାଣନ୍ତୁ ନବୀନଙ୍କୁ ଭେଟି କ’ଣ କହିଲେ ମନ୍ମମଥଙ୍କ ପତ୍ନୀ

ଭୁବନେଶ୍ୱର,୧୧।୩: ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ସୁର ରାଉତ ରାୟଙ୍କ ପୁଅ ମନ୍ମମଥ ନିକଟରେ ବିବାହ କରିଛନ୍ତି। ତେବେ ସେ ତାଙ୍କ ପତ୍ନୀଙ୍କୁ ନେଇ ବିଜେଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri