ଚାପିଦେଲା ଟ୍ରକ୍‌, ଚାଲିଗଲା ବାପା-ପୁଅଙ୍କ ସହ ୩ ଜୀବନ

କେନ୍ଦୁଝର,୫ା୮: କେନ୍ଦୁଝର ଜିଲାର ଯୋଡ଼ା ଥାନା ଅନ୍ତର୍ଗତ ଡିଏଭି ସ୍କୁଲ ନିକଟରେ ସୋମବାର ସକାଳେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବାପା-ପୁଅଙ୍କ ସହିତ ପଡ଼ୋଶୀ ଘରର ପିଲା ଏକ ବାଇକ୍‌ରେ ସ୍କୁଲ ଯାଉଥିବା ସମୟରେ ଟ୍ରକ୍‌ ଚାପି ଦେଇଥିଲା। ଫଳରେ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ସମସ୍ତ ମୃତକ ଆଜାଦ ବସ୍ତିର ହୋଇଥିବା ବେଳେ ଘଟଣାସ୍ଥଳରେ ଏହାକୁ ନେଇ ପ୍ରବଳ ଉତ୍ତେଜନା ଦେଖାଦେଇଛି।

Share