Categories: ଜାତୀୟ

‘ଆତଙ୍କବାଦୀଙ୍କୁ ଔଷଧ ହନୁମାନଙ୍କ ଗଦା’; ଇସ୍ରାଏଲର ପ୍ରଶଂସା କରି କହିଲେ ଯୋଗୀ ଆଦିତ୍ୟନାଥ

ନୂଆଦିଲ୍ଲୀ,୧/୧୧: ରାଜସ୍ଥାନରେ ଏକ ଜନସଭାକୁ ସମ୍ବୋଧିତ କରି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଇସ୍ରାଏଲ-ହମାସ ଯୁଦ୍ଧ ଉପରେ ବୟାନ ଦେଇଛନ୍ତି। ଆଦିତ୍ୟନାଥ କହିଛନ୍ତି, ଇସ୍ରାଏଲ ଯେପରି ହମାସର ଚିକିତ୍ସା କରୁଛି, ତାକୁ ସେହିଭଳି ଚିକିତ୍ସାର ଆବଶ୍ୟକତା ରହିଥିଲା। ଆତଙ୍କବାଦୀ ମାନଙ୍କର ଔଷଧ ପ୍ରଭୁ ହନୁମାନଙ୍କ ଗଦା ଅଟେ। ତେବେ ଏହି ସମୟରେ ସେ ରାଜସ୍ଥାନରେ ଡବଲ ଇଞ୍ଜିନ ସରକାର କରିବାକୁ କହିଛନ୍ତି।

ବୁଧବାର ଯୋଗୀ ଆଦିତ୍ୟନାଥ ରାଜସ୍ଥାନର ତିଜାର ବିଧାନସଭା ଆସନରେ ନାମାଙ୍କନ ଦାଖଲ କରିବା ପାଇଁ ବାବା ବାଲକ ନାଥଙ୍କ ସହିତ ପହଞ୍ଚିଥିଲେ। ଏଠାରେ ସେ ଏକ ଜନ ସଭାକୁ ସମ୍ବୋଧିତ କରି କଂଗ୍ରେସ ଉପରେ ଆକ୍ରମଣ କରିଥିଲେ। ୨୦୨୨ କହ୍ନେୟା ଲାଲଙ୍କ ହତ୍ୟା ପ୍ରସଙ୍ଗରେ ଆଲୋଚନା କରି ହତ୍ୟାକାରୀଙ୍କୁ କହିଥିଲେ ‘ଯଦି ଏହି ହତ୍ୟାକାଣ୍ଡ ଉତ୍ତରପ୍ରଦେଶରେ ହୋଇଥାନ୍ତା ତେବେ ସେମାନଙ୍କୁ ଜଣା ପଡିଥାନ୍ତା ହତ୍ୟାକାରୀଙ୍କ ଅବସ୍ଥା କ’ଣ ହୁଏ।’

ଆଦିତ୍ୟନାଥ କହିଛନ୍ତି, \’ଇସ୍ରାଏଲ ଯେପରି ହମାସର ଚିକିତ୍ସା କରୁଛି, ତାକୁ ସେହିଭଳି ଚିକିତ୍ସାର ଆବଶ୍ୟକତା ରହିଥିଲା। ଆତଙ୍କବାଦୀ ମାନଙ୍କର ଔଷଧ ପ୍ରଭୁ ହନୁମାନଙ୍କ ଗଦା ଅଟେ। ଏହା ସହିତ ସେ କହିଥିଲେ ଇସ୍ରାଏଲ ହମାସ ସହିତ ଲଢ଼ିବାର ଆପଣାଇଛି ସଠିକ ଉପାୟ ଆପଣାଇଛି।\’

ଗତ ମାସ ତାରିଖରେ ଇସ୍ରାଏଲ ଉପରେ ହମାସ ଆତଙ୍କବାଦୀମାନେ ଇସ୍ରାଏଲ ଉପରେ ଦୁଇ ଘଣ୍ଟା ମଧ୍ୟରେ ଅଚାନକ ୫୦୦୦ ରୁ ଅଧିକ ରକେଟ ମାଡ଼ କରିଥିଲା। ଏଥିରେ ଇସ୍ରାଏଲର ଶତାଧିକ ଲୋକେ ମୃତ୍ୟୁ ବରଣ କରିଥିଲେ। ଏହା ବ୍ୟତୀତ ଅନେକ ଇସ୍ରାଏଲି ଏବଂ ବିଦେଶୀ ନାଗରିକଙ୍କୁ ବନ୍ଧକ କରି ନେଇଥିଲେ ହମାସ ଆତଙ୍କୀ। ଏହାପରେ ଇସ୍ରାଏଲ ଗାଜା ଉପରେ ଜବାବି କାର‌୍ୟ୍ୟନୁଷ୍ଠାନଗ୍ରହଣ ଗ୍ରହଣ କରି ଗାଜାକୁ ଜଳ, ସ୍ଥଳ ଏବଂ ଆକାଶ ତିନି ଦିଗରୁ ଆକ୍ରମଣ କରିବା ଆରମ୍ଭ କରିଦେଇଥିଲା।

Share