Categories: ଜାତୀୟ

କରୋନା ଚିକିତ୍ସା ପାଇଁ ଆଉ ଏକ ଔଷଧ ପରୀକ୍ଷଣ ଆରମ୍ଭ

ନୂଆଦିଲ୍ଲୀ,୬।୬: କରୋନା ଚିକିତ୍ସା ପାଇଁ ଆଉ ଏକ ଔଷଧ ପରୀକ୍ଷଣ ଆରମ୍ଭ ହୋଇଛି। ସିଏସଆଇଆର ଇଣ୍ଡିଆ ଏବଂ ଲକ୍ସାଇ ଲାଇଫ ସାଇନ୍ସ ଏହି କ୍ଲିନିକାଲ ଟ୍ରାଏଲ ଆରମ୍ଭ କରିଛନ୍ତି। ଏହାର ପ୍ରଭାବ, ନିରାପତ୍ତା ଏବଂ ସହନଶୀଳତାକୁ ଆକଳନ କରିବା ପାଇଁ ଔଷଧର ପରୀକ୍ଷା କରାଯାଉଛି। ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଏହି ସୂଚନା ଦେଇଛି। ପୂର୍ବରୁ ନିକ୍ଲୋସାମାଇଡକୁ ସଂକ୍ରମଣରୁ ବର୍ତ୍ତିବା ପାଇଁ ବ୍ୟବହାର କରାଯାଉଥିଲା। ନିକ୍ଲୋସାମାଇଡ ଔଷଧକୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଅତ୍ୟାବଶ୍ୟକ ଔଷଧ ତାଲିକାରେ ରଖିଛି। ଗତ ପଚାଶ ବର୍ଷ ଧରି ଏହି ନିକ୍ଲୋସାମାଇଡକୁ କୃର୍ମି ହେଲେ ବ୍ୟବହାର କରାଯାଉଛି।
ସୂଚନାଯୋଗ୍ୟ, ସୂଚନାଯୋଗ୍ୟ, ଏହା ପୂର୍ବରୁ ଡ୍ରଗ୍ସ କଣ୍ଟ୍ରୋଲର ଅଫ ଇଣ୍ଡିଆ (ଡିସିଜିଆଇ) କରୋନାର ଚିକିତ୍ସା ପାଇଁ ୨-ଡକ୍ସି-ଡି-ଗ୍ଲୁକୋଜ (୨-ଡିଜି)କୁ ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛି। ଡିଆରଡିଓ ଏବଂ ହାଇଦ୍ରାବାଦ ସ୍ଥିତ ଡକ୍ଟର ରେଡ୍ଡୀ ଲ୍ୟାବ ଏହି ଔଷଧ ତିଆରି କରିଛନ୍ତି। କ୍ଲିନିକାଲ ଟ୍ରାଏଲ ବେଳେ ଜଣାପଡିଛି ଯେ ୨-ଡିଜିର ବ୍ୟବହାର ଦ୍ୱାରା ଜଣେ କରୋନା ରୋଗୀ ଶୀଘ୍ର ସୁସ୍ଥ ହେଉଛନ୍ତି।

Share