Categories: ଜାତୀୟ

ନିଟ୍‌ ବିବାଦ ମଧ୍ୟରେ CSIR-UGC-NET ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ,୨୧।୬: ନିଟ୍‌ ବିବାଦ ମଧ୍ୟରେ CSIR-UGC-NET ପରୀକ୍ଷାକୁ ସ୍ଥଗିତ କରିଦିଆଯାଇଛି। ପୂର୍ବରୁ ଏହି ପରୀକ୍ଷା ଜୁନ୍‌ ୨୫ରୁ ୨୭ ମଧ୍ୟରେ ହେବାକୁ ଥିବା ବେଳେ ଏବେ ଏହାକୁ ସ୍ଥଗିତ କରିବାକୁ ନିଷ୍ପତ୍ତି ନିଆଯାଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ଏହି ପରୀକ୍ଷାକୁ ମଧ୍ୟ ଏନ୍‌ଟିଏ ଆୟୋଜନ କରିଥାଏ। ତେବେ ପୁଣି ଏକ ପରୀକ୍ଷା ବାତିଲ ଖବର ଆସିବା ପରେ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଆକ୍ରୋଶ ବୃଦ୍ଧି ପାଇଛି।

ଏନ୍‌ଟିଏ ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ, କିଛି ଜରୁରୀ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପରୀକ୍ଷାକୁ କିଛି ସମୟ ଲାଗି ସ୍ଥଗିତ କରାଯାଉଛି। କାରଣ ଏଭଳି ସ୍ଥିତି ଉପୁଜିଥିଲା, ଯାହାକୁ ଅଣଦେଖା କରାଯାଇପାରି ନ ଥାନ୍ତା। ଏଣୁ ପରୀକ୍ଷାକୁ ସ୍ଥଗିତ କରିବାକୁ ନିଷ୍ପତ୍ତି ନେବାକୁ ପଡ଼ିଲା।

କହିରଖୁଛୁ, ଏହାପୂର୍ବରୁ ଏନ୍‌ଟିଏ ୟୁଜିସି-ଏନ୍‌ଇଟି ପରୀକ୍ଷାକୁ ରଦ୍ଦ କରିଦେଇଥିଲା। ପରୀକ୍ଷାରେ ତ୍ରୁଟି ସଙ୍କେତ ମିଳିବା ପରେ ଏଭଳି ନିଷ୍ପତ୍ତି ନିଆଯାଇଥିବା କୁହାଯାଇଥିଲା। ଏହି ବିବାଦ ପରେ ଏବେ CSIR-UGC-NET ପରୀକ୍ଷାକୁ ସ୍ଥଗିତ କରିଦିଆଯାଇଛି।

Share