Categories: ଖେଳ

ନୂଆ ଲୁକ୍‌ରେ ଧୋନୀ

ଚେନ୍ନାଇ,୧୦।୭: ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଚେନ୍ନାଇରେ ପହଞ୍ଚିଛନ୍ତି। ଧୋନୀ ନିଜ ପ୍ରଡକ୍ସନ ହାଉସର ପ୍ରଥମ ଚଳଚ୍ଚିତ୍ର ‘ଲେଟ୍‌ସ ଗେଟ୍‌ ମ୍ୟାରେଡ୍‌’ର ଅଡିଓ ଏବଂ ଟ୍ରେଲର ଲଞ୍ଚ ପାଇଁ ଏଠାକୁ ଆସିଛନ୍ତି। ଏହି ଅବସରରେ ଧୋନୀ ଚେନ୍ନାଇରେ ଏକ ନୂଆ ଲୁକ୍‌ ସହିତ ନଜର ଆସିଛନ୍ତି। ଧୋନୀ ବିମାନବନ୍ଦରକୁ ଆସୁଥିବା ଭିଡିଓକୁ ଚେନ୍ନାଇ ସୁପର କିଙ୍ଗ୍ସର ଏକ ଫ୍ୟାନ ପେଜରେ ଶେୟାର କରାଯାଇଛି। ଏହି ଫ୍ୟାନ ପେଜ ମାଧ୍ୟମରେ ଧୋନୀ ତାଙ୍କ ପ୍ରଡକ୍ସନ ହାଉସରେ ନିର୍ମିତ ପ୍ରଥମ ଚଳଚ୍ଚିତ୍ରର ଅଡିଓ ଏବଂ ଟ୍ରେଲର ଲଞ୍ଚ ପାଇଁ ଚେନ୍ନାଇରେ ପହଞ୍ଚିଛନ୍ତି ବୋଲି ସୂଚନା ଦିଆଯାଇଛି। ଭିଡିଓରେ ଧୋନୀଙ୍କ ସ୍ତ୍ରୀ ସାକ୍ଷୀ ମଧ୍ୟ ତାଙ୍କ ସହ ନଜର ଆସିଛନ୍ତି। ‘ଲେଟ୍‌ସ ଗେଟ୍‌ ମ୍ୟାରେଡ୍‌’ ଫିଲ୍ମରେ ହରିଶ କଲ୍ୟାଣ, ଇଭାନା, ନାଦିଆ, ଯୋଗୀ ବାବୁ ଏବଂ ମିର୍ଚି ବିଜୟ ଏଥିରେ ନଜର ଆସିବେ।
ଧୋନୀଙ୍କ ଦ୍ୱାରା ଅଧିନାୟକତ୍ୱ ଚେନ୍ନାଇ ସୁପର କିଙ୍ଗ୍ସ ୨୦୨୩ରେ ଖେଳାଯାଇଥିବା ଆଇପିଏଲ ୧୬ରେ ଚାମ୍ପିଅନ ହୋଇଥିଲା। ସେବେଠାରୁ କଳ୍ପନା କରାଯାଉଥିଲା ଯେ ଏହା ଧୋନୀଙ୍କର ଶେଷ ଆଇପିଏଲ ସିଜିନ ଥିଲା। ତେବେ ଧୋନୀଙ୍କ ପକ୍ଷରୁ ଏ ବାବଦରେ କୌଣସି ସରକାରୀ ଘୋଷଣା କରାଯାଇ ନାହିଁ।

Share