Posted inଖେଳ

ଧୋନୀଙ୍କ ଅବସର ଚର୍ଚ୍ଚା ଭିତରେ CSK coachଙ୍କର ବଡ଼ ବୟାନ, ସମସ୍ତେ କାବା

ଚେନ୍ନାଇ,୬।୪: ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଏବଂ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ମଧ୍ୟରେ ଶନିବାର ଖେଳାଯାଇଥିବା ଆଇପିଏଲ ୨୦୨୫ ମ୍ୟାଚ ପରେ ଏମଏସ ଧୋନୀଙ୍କ ଅବସର ନେଇ ଗୁଜବ ଜୋର ଧରିଛିା। ଏହି ମ୍ୟାଚରେ ସିଏସକେ ୨୫ ରନରେ ହାରି ଯାଇଛି ଏବଂ ଧୋନୀ ୨୬ ବଲରେ ୩୦ ରନ କରି ଅପରାଜିତ ରହିଥିଲେ। ମ୍ୟାଚ ସମୟରେ ଧୋନୀଙ୍କ ମାଆବାପା ପନ ସିଂହ ଏବଂ ଦେବକୀ ଦେବୀ ଚେପକୋ ଷ୍ଟାଡିୟମରେ ଉପସ୍ଥିତ ଥିଲେ, ଯାହା ପ୍ରଥମ ଥର ପାଇଁ ଦେଖାଯାଇଥିଲା। ଯାହାକୁ ନେଇ ଧୋନୀ ଏହି ମ୍ୟାଚ ପରେ ଅବସର ନେଇପାରନ୍ତି ବୋଲି ଅନୁମାନ କରାଯାଉଥିଲା।

କିନ୍ତୁ ମ୍ୟାଚ ପରେ ସାମ୍ବାଦିକ ସମ୍ମିଳନୀରେ ସିଏସକେ କୋଚ ଷ୍ଟିଫେନ ଫ୍ଲେମିଂ ଏହି ଗୁଜବକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, “ନା, ତାଙ୍କ ଅବସର ନେବାକୁ ଅଟକାଇବା ମୋର କାମ ନୁହେଁ। ମୋତେ କିଛି ଜଣା ନାହିଁ। ମୁଁ ତାଙ୍କ ସହ କାମ କରି ଖୁସି। ଫ୍ଲେମିଂଙ୍କ ଏହି ମନ୍ତବ୍ୟ ସ୍ପଷ୍ଟ କରୁଛି ଯେ ଧୋନୀ ଏବେ ଅବସର ନେବାର ଯୋଜନାରେ ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଇଏସ୍‌ଏସ୍‌ଏଫ୍‌ ଓ୍ବାଲର୍‌ଡ କପ୍‌: ଭାରତକୁ ତୃତୀୟ ସ୍ଥାନ

ଲିମା (ପେରୁ), ୨୨ା୪: ପୃଥ୍ବୀରାଜ ଟୋଣ୍ଡାଇମାନ ଓ ପ୍ରଗତି ଦୁବେ ଟ୍ରାପ୍‌ ମିକ୍ସଡ ଟିମ୍‌ ଇଭେଣ୍ଟର ମେଡାଲ ରାଉଣ୍ଡକୁ ଉନ୍ନୀତ ହେବାରେ ବିଫଳ ହେବାରୁ ଭାରତୀୟ...

୫ ମହିଳା ଚେସ୍‌ ଖେଳାଳିଙ୍କୁ ମିଳିବ ୧କୋଟି ଅନୁଦାନ

ହାଇଦ୍ରାବାଦ,୨୨ା୪: ଭାରତରେ ମହିଳା ଖେଳର ପ୍ରତିଷ୍ଠାକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ରଖିଥିବା ୬୪ ସ୍କୋୟାର୍ସ ନାମକ ଏକ ସଂଗଠନ ମଙ୍ଗଳବାର ଇଣ୍ଟରନ୍ୟାଶନାଲ ମାଷ୍ଟର(ଆଇଏମ୍‌) ଭାନ୍ତିକା ଅଗ୍ରଓ୍ବାଲଙ୍କ...

ଦିଲ୍ଲୀର ଷଷ୍ଠ ବିଜୟ

ଲକ୍ଷ୍ନୌ,୨୨ା୪: ମୁକେଶ କୁମାର ଘାତକ ବୋଲିଂ ବଳରେ ଦିଲ୍ଲୀ ପ୍ୟାପିଟାଲ୍ସ (ଡିସି) ୮ ଉଇକେଟରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (ଏସ୍‌ଏଲ୍‌ଜି)କୁ ପରାସ୍ତ କରିଛି। ଲକ୍ଷ୍ନୌ ପକ୍ଷରୁ...

କାଳବୈଶାଖୀ: ଭାଙ୍ଗିଲା ଗଛ, ଉଡିଲା ଟିଣ

ଉମରକୋଟ,୨୨।୪(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ପ୍ରବଳ ପବନ ହୋଇଛି। ବର୍ଷା ହୋଇ ନ ଥିଲେ ମଧ୍ୟ ଭୀଷଣ ପବନ...

ପହଲଗାମ ଆକ୍ରମଣ ଉପରେ ଭାରତ ସପକ୍ଷରେ ଟ୍ରମ୍ପଙ୍କ ବଡ ବୟାନ

ନୂଆଦିଲ୍ଲୀ,୨୨।୪: ଯୁକ୍ତରାଷ୍ଟ୍ର ଭାରତ ସହ ଦୃଢ଼ଭାବେ ଛିଡ଼ା ହୋଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜୋର ଦେଇ କହିଛନ୍ତି, ଜମ୍ମୁ ଓ କାଶ୍ମୀରର ପହଲଗାମରେ ପର୍ଯ୍ୟଟକଙ୍କୁ ଟାର୍ଗେଟ...

ଖୁସି ମୁହୂର୍ତ୍ତର ଭିଡିଓ ଶେୟାର କରିବାର କିଛି ଘଣ୍ଟା ପରେ ଆତଙ୍କବାଦୀଙ୍କ ଗୁଳିରେ ପ୍ରାଣ ହରାଇଥିଲେ ଓଡ଼ିଆ ଯୁବକ

ଭୁବନେଶ୍ୱର,୨୨।୪: ଏକ ଦୁଃଖଦ ଘଟଣାରେ, ମଙ୍ଗଳବାର ଜମ୍ମୁ ଓ କାଶ୍ମୀରର ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଓଡ଼ିଶାର ଜଣେ ଯୁବକ ନିହତ ହୋଇଥିବା...

ଗୁଣି ଗାରେଡ଼ି ସନ୍ଦେହରେ ଯୁବକଙ୍କୁ ପିଟି ହତ୍ୟା: ୨୮ ଗିରଫ

ପଦ୍ମପୁର,୨୨।୪ (ପ୍ରଶାନ୍ତ କୁମାର କର): ଆଜିର ଆଧୁନିକ ଯୁଗରେ ଏବେ ବି ଲୋକେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ହତ୍ୟା ପରି ବୀଭତ୍ସକାଣ୍ଡ ଘଟାଇବାକୁ ପଛାଉନାହାନ୍ତି। ଏହାର...

ଟ୍ରଲିବ୍ୟାଗ୍‌ରୁ ମିଳିଲା ଓଠ ସିଲ୍‌ ଥିବା ଯୁବତୀଙ୍କ ମୃତଦେହ

କୋଲକାତା,୨୨।୪: କୋଲକାତା ଉପକଣ୍ଠ ବାଗୁଇହାଟିର ଏକ ରାସ୍ତା ପାର୍ଶ୍ୱରେ ପଡ଼ିରହିଥିବା ଟ୍ରଲିବ୍ୟାଗ୍‌ରୁ ଜଣେ ଯୁବତୀଙ୍କ ଓଠ ସିଲ୍‌ ହୋଇଥିବା ମୃତଦେହ ମିଳିଛି। ସୋମବାର ରାତିରେ କେହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image